28.1 C
Bhubaneswar
Friday, September 20, 2024
Homeଅପରାଧ୮ ବର୍ଷର ଝିଅକୁ ମାରି କୂଅରେ ଫିଙ୍ଗିଲା ନୃଶଂସ ବାପା

୮ ବର୍ଷର ଝିଅକୁ ମାରି କୂଅରେ ଫିଙ୍ଗିଲା ନୃଶଂସ ବାପା

ମଧ୍ୟପ୍ରଦେଶ : ୮ ବର୍ଷର ଝିଅକୁ ମାରି କୂଅରେ ପକାଇଲା ନୃସଂଶ ବାପା। ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ଜଣେ ବ୍ୟକ୍ତି ୮ ବର୍ଷର ଝିଅକୁ ହତ୍ୟା କରି କୂଅରେ ପକାଇଥିବା ଖବର ମିଳିଛି । ତେବେ ଝିଅକୁ ମାରିବା ପୂର୍ବରୁ ବାପା ଝିଅକୁ ଦୁଷ୍କର୍ମ କରିଥିବା ପୋଲିସ ସନ୍ଦେହ କରୁଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପୋଲିସ କହିବା ମୁତାବକ, ମଧ୍ୟପ୍ରଦେଶ ଗୁନା ଜିଲ୍ଲା ମୁଖ୍ୟାଳୟ ପାଖରେ ୭୫ କିମି ଦୂର ଚାଚୋଡା ଥାନା ଅଞ୍ଚଳରେ ଏକ ପିଲାର ମୃତଦେହ କୂଅରେ ମିଳିଥିଲା । ପିଲାର ଗୋଟିଏ ହାତ ଏବଂ ଗୋଡ ପଥରରେ ବନ୍ଧା ହୋଇଥିଲା । ପିଲାଟି ୩ ଦିନ ପୂର୍ବରୁ ନିଖୋଜ ହୋଇଥିଲା । ଚାଚୋଡା ଥାନାର ଅଧିକାରୀ କହିଛନ୍ତି, ନାବାଳିକାଙ୍କ ବାପାଙ୍କ ଉପରେ ସନ୍ଦେହ କରିଥିଲା ପୋଲିସ । ବ୍ୟକ୍ତି ଜଣକ ପିଲାକୁ ଖୋଜିବାକୁ କୌଣସି ଆନ୍ତରିକତା ଦେଖାଉନଥିବାରୁ ପୋଲିସ ସନ୍ଦେହ କରିଥିଲା । ତେବେ ପୋଲିସ ପ୍ରାରମ୍ଭିକ ଯାଞ୍ଚରୁ ଜାଣିବାକୁ ପାଇଥିଲା କି, ପିଲାଟିକୁ ଶେଷ ଥର ପାଇଁ ବାପା ସହିତ ଦେଖିବାକୁ ମିଳିଥିଲା । ତେଣୁ ପୋଲିସ ପିଲାର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲା । ପିଲାର ଅନ୍ତିମ ସଂସ୍କାର ପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ବ୍ୟକ୍ତି ଜଣକ ପିଲାକୁ ହତ୍ୟା କରି ହାତଗୋଡ ଟାଓ୍ୱଲରେ ବାନ୍ଧି ପଥର ବାନ୍ଧି ମୃତଦେହକୁ କୂଅରେ ଫୋପାଡିଦେଇଥିଲା । ତେବେ ନାବାଳିକାକୁ ହତ୍ୟା କରିବା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଛି । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking