27.1 C
Bhubaneswar
Monday, March 30, 2026
Homeଓଡିଶାକଳିଙ୍ଗ ଷ୍ଟାଡିଅମ ରେ ଆୟୋଜିତ ହେବ ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ୨୦୨୪

କଳିଙ୍ଗ ଷ୍ଟାଡିଅମ ରେ ଆୟୋଜିତ ହେବ ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ୨୦୨୪

ଭୁବନେଶ୍ୱର  : ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ଆଥଲେଟିକ୍ସ ଅସୋସିଏସନ ର ଯୁଗ୍ମ ଉଦ୍ୟମ ରେ, ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ୨୦୨୪ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ୍‌ରେ ୧୮-୨୦ ସେପ୍ଟେମ୍ବର ୨୦୨୪ ମଧ୍ୟ ରେ ଅନୁଷ୍ଠିତ ହେବ।
ଏହି ୩ ଦିନିଆ ପ୍ରତିଯୋଗିତା ରେ ୨୬୮ ମହିଳା ସମେତ ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୯୦୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶା-ରିଲାୟନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ହାଇ-ପରଫର୍ମାନ୍ସ ସେଣ୍ଟର ଓ ଓଡିଶା ସରକାର ଙ୍କର କ୍ରୀଡା ଛାତ୍ରାବାସରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ। ଓଡ଼ିଶା ପୋଲିସ, ପୋଷ୍ଟାଲ୍ ସେବା, ବିଏସ୍‌ଏନ୍‌ଏଲ୍ ଓ କିଟ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅଂଶଗ୍ରହଣକାରୀମାନେ ଏହି କ୍ରୀଡ଼ା ପ୍ରତିଯୋଗିତା ଅଂଶଗ୍ରହଣ କରିବେ।
୭୧ ଜଣିଆ ସୁନ୍ଦରଗଡ ଏବଂ କଟକ ଜିଲ୍ଲା ର ଦଳ ଗୁଡିକ ଏହି ପ୍ରତିଯୋଗିତା ରେ ସର୍ବବୃହତ ଅଟନ୍ତି, ତନ୍ମଧୟ ରୁ ୨୭ ଜଣ ପ୍ରତିଯୋଗୀ ମହିଳା ଅଟନ୍ତି। ଏହି ଦୁଇଟି ଜିଲ୍ଲା ରୁ ଜିଲ୍ଲା ରୁ ମହିଳା ମାନେ ମଧ୍ୟ ବିଶିଷ୍ଟ ସଂଖ୍ୟାରେ ଅଂଶଗ୍ରହଣ କରିବେ। ଏହି ଦୁଇଟି ଜିଲ୍ଲା ରୁ ମୋଟ ୫୬ ଜଣ ମହିଳା ବିଭିନ୍ନ ଟ୍ରାକ୍ ଓ ଫିଲ୍ଡ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ।
ଓଡ଼ିଶା ଆଥଲେଟିକ୍ସ ଅସୋସିଏସନର ଶ୍ରୀ ପ୍ରବୋଧ ମହାନ୍ତିଙ୍କ ଅନୁସାରେ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା କ୍ରୀଡ଼ାବିତ ମାନଙ୍କ ପାଇଁ ଏକ ମଞ୍ଚ ସୃଷ୍ଟି କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭବିଷ୍ୟତ ରେ ସହାଯ୍ୟ କରିବ। “ଏହି ପ୍ରତିଯୋଗିତାରୁ ଆମେ ସେମାନଙ୍କୁ ବାଛିବା, ଯେଉଁମାନେ ଓପେନ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହା ତାଙ୍କୁ ଜାତୀୟ ପରିପେକ୍ଷୀ ରେ ଅଧିକ ଅଭିଜ୍ଞତା ଦେବାକୁ ସାହାଯ୍ୟ କରିବ,” ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଯୋଗ୍ୟ କ୍ରୀଡ଼ାବିତମାନେ ୨୮ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ପାଟନାରେ ଆୟୋଜିତ ହେବାକୁ ଥିବା ୪ର୍ଥ ଇଣ୍ଡିଆ ଓପେନ ଅଣ୍ଡର-୨୩ ଏଥଲେଟିକ୍ସ ପ୍ରତିଯୋଗିତା ୨୦୨୪ରେ ଅଂଶଗ୍ରହଣ କରିବେ।
କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରଧାନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ସର୍ମା କଳିଙ୍ଗ ଷ୍ଟାଡିଅମ୍‌ରେ ଏହି ପ୍ରତିଯୋଗିତାକୁ ଆୟୋଜନ କରିବାକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି। “ଏହା ସରକାରଙ୍କ କ୍ରୀଡ଼ା କୁ ଆଗକୁ ନେବାରେ ଓ କ୍ରୀଡ଼ାବିତ ମାନଙ୍କୁ ଗଢିତୋଳିବାରେ ସରକାର ଙ୍କର ପ୍ରତିବଦ୍ଧତା କୁ ପ୍ରତିପାଦିତ କରେ। ମୁଁ ସମସ୍ତ ପ୍ରତିଯୋଗୀ ଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ଆଶା କରୁଛି ଯେ ସେମାନଙ୍କ ପାଇଁ ଏହି ପ୍ରତିଯୋଗିତା ଅବିସ୍ମରଣୀୟ ହୋଇ ରହିବ।” ବୋଲି ଶ୍ରୀ ସର୍ମା କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking