28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଦୁର୍ଘଟଣାରେ ୬ ତୀର୍ଥଯାତ୍ରୀ ମୃତ

ଦୁର୍ଘଟଣାରେ ୬ ତୀର୍ଥଯାତ୍ରୀ ମୃତ

ରାଜସ୍ଥାନ: ରାଜସ୍ଥାନ ବୁଣ୍ଡିରେ ଦୁର୍ଘଟଣା ଘଟି ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ। ଏଥିସହ ତିନି ଜଣ ଆହତ ହୋଇଛନ୍ତି। ଆଜି ସକାଳେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ଦେୱାସର କିଛି ତୀର୍ଥଯାତ୍ରୀ ରାଜସ୍ଥାନର ସିକର ଜିଲ୍ଲାରେ ଥିବା ଖଟୁ ଶ୍ୟାମ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଉଥିଲେ।

ଏହି ସମୟରେ ଜୟପୁର ଜାତୀୟ ରାଜପଥ ହିନ୍ଦୋଲି ନିକଟରେ ସେମାନଙ୍କ କାରକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଆଜି ଭୋର ସାଢେ ଚାରିଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ତୀର୍ଥଯାତ୍ରୀ କାରକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଛି। ଆମେ ଗାଡ଼ିକୁ ଚିହ୍ନଟ କରିବା ସହ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking