18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶମହାକାଶକୁ ଚମରାନ୍‌-୧ ଉପଗ୍ରହ ପଠାଇଲା ଇରାନ

ମହାକାଶକୁ ଚମରାନ୍‌-୧ ଉପଗ୍ରହ ପଠାଇଲା ଇରାନ

ତେହରାନ୍ : ଶନିବାର ଇରାନ୍‌, ନିଜର ଅନ୍ୟତମ ଶିକ୍ଷା ତଥା ଗବେଷଣାଭିତ୍ତି ଉପଗ୍ରହ ଚମ୍‌ରାନ୍‌-୧କୁ ମହାକାଶ ଅଭିମୂଖେ ଉତ୍‌କ୍ଷେପଣ କରିଛି। ଏସମ୍ପର୍କରେ ଇରାନ୍ କହିଛି ଯେ ଏଲିଟ୍ ଫୋର୍ସ ରିଭୋଲ୍ୟୁସନରୀ ଗାର୍ଡ ଦ୍ୱାରା ନିର୍ମିତ ରକେଟ୍ ସାହାଯ୍ୟରେ ଶନିବାର ଏହି ଗବେଷଣା ଉପଗ୍ରହକୁ କକ୍ଷପଥକୁ ପଠାଯାଇଛି। ଚମରାନ-୧ ଉପଗ୍ରହର ଓଜନ ୬୦ କେଜି ଏବଂ ଏହା ସଫଳତାର ସହ ମହାକାଶର ୫୫୦ କିଲୋମିଟର ଦୂର କକ୍ଷପଥରେ ପହଞ୍ଚିଛି। ଏସମ୍ପର୍କରେ ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ଆଇଆର୍‌ଏନ୍‌ଏ ମଧ୍ୟ ରିପୋର୍ଟ କରିଛି। ମହାକାଶ ହାର୍ଡୱେର ଏବଂ ସଫ୍ଟୱେୟାରର ପରୀକ୍ଷଣ କରିବା ହିଁ ଏହି ଉପଗ୍ରହର ମୁଖ୍ୟ ମିଶନ ରହିଛି।

ଆଇଆରଏନ୍‌ଏ ନିଜ ରିପୋର୍ଟରେ ଦର୍ଶାଇଛି ଯେ, କକ୍ଷପଥରେ ସ୍ଥାନିତ ହେବା ପରେ ଗ୍ରାଉଣ୍ଡ ଷ୍ଟେସନଗୁଡ଼ିକ ମଧ୍ୟ ଉପଗ୍ରହରୁ ସଙ୍କେତ ପାଇଥିବା ସ୍ପଷ୍ଟ କରିଛନ୍ତି। କଠିନ ଇନ୍ଧନ ବ୍ୟବହାର ପୂର୍ବକ ଉପଗ୍ରହବାହୀ ରକେଟ୍ କ୍ୟୁଏମ୍‌-୧୦୦କୁ ରିଭୋଲ୍ୟୁସନରୀ ଗାର୍ଡର ଏରୋସ୍ପେସ୍ ଡିଭିଜନ୍ ଡିଜାଇନ୍ ଓ ନିର୍ମାଣ କରିଛି। ଗତ ମେ’ ମାସରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଦେହାନ୍ତ ହେବା ପରେ ସଂସ୍କାରବାଦୀ ରାଷ୍ଟ୍ରପତି ମସୁଦ୍ ପେଜ୍କିଆନଙ୍କ ଅଧୀନରେ ଏହା ହେଉଛି ପ୍ରଥମ ଉତ୍‌କ୍ଷେପଣ। ଗତ ଜାନୁଆରୀ ମାସରେ ଇରାନ କହିଥିଲା ଯେ ଗୋଟିଏ ରକେଟ୍ ଜରିଆରେ ୩ଟି ଉପଗ୍ରହକୁ ସଫଳତାର ସହ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା କ୍ରମାଗତ ୧୩ଟି ଉପଗ୍ରହ ଉତ୍‌କ୍ଷେପଣ କରାଯାଇଥିବା ନେଇ ମଧ୍ୟ ଇରାନ ଦର୍ଶାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking