14.1 C
Bhubaneswar
Friday, December 19, 2025
Homeଓଡିଶା+୯୨ ନମ୍ୱର କଲ୍ ପ୍ରତି ସାବଧାନ ରୁହନ୍ତୁ

+୯୨ ନମ୍ୱର କଲ୍ ପ୍ରତି ସାବଧାନ ରୁହନ୍ତୁ

ଭୁବନେଶ୍ବର : ସାଧାରଣ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଖୋଜୁଛନ୍ତି ଲୁଟେରା । ଲୋକଙ୍କ ବ୍ୟାଙ୍କ ଆଉଣ୍ଟ ଉପରେ ସବୁବେଳେ ରହିଛି ନଜର । ଲୋକମାନେ ଯେତେ ସତର୍କ ରହିଲେ ବି ସେଇ ଅଦୃଶ୍ୟ ଠକମାନେ ଆମଠାରୁ ଦୁଇପାଦ ଆଗରେ ରହି ଅଭିନବ ଉପାୟରେ ଆମକୁ ଠକି ବ୍ଲାକମେଲ କରୁଛନ୍ତି । ତେବେ ବର୍ତ୍ତମାନ ଠକମାନେ ନିଜକୁ ପୁଲିସ କହି ଲୋକମାନଙ୍କୁ ଠକିବା ଅରମ୍ଭ କରିଛନ୍ତି। ଏହାକୁ ନେଇ ଓଡ଼ିଶା ପୁଲିସ ସତର୍କତା ଜାରି କରିଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ଲୋକଙ୍କୁ ସଚେତନ ପହିବାକୁ ପରାମର୍ଶ ଦେଇଛନ୍ତି । +୯୨ ନମ୍ୱର କଲ୍ ପ୍ରତି ସାବଧାନ ରହିବାକୁ ଓଡ଼ିଶା ପୁଲିସ ପକ୍ଷରୁ ପରମାର୍ଶ ଦିଆଯାଇଛି । ସ୍କାମରମାନେ ନଜକୁ ପୁଲିସ ଅଧିକାରୀଙ୍କ ପରିଚୟ ଏବଂ ଫଟୋ ବ୍ୟବ‌ହାର କରି ଆପଣଙ୍କ ଠାରୁ ଟଙ୍କା ଲୁଟିବାକୁ ଚେଷ୍ଟା କରୁଛନ୍ତି। ଠକାମୀର ଶିକାର ହୁଅନ୍ତୁ ନାହିଁ। ମନେରଖନ୍ତୁ, ପୁଲିସ କେବେବି ଆପଣଙ୍କୁ କଲ୍ କରି କୌଣସି ଅପରାଧ ସମ୍ପର୍କରେ ଟଙ୍କା ମାଗନ୍ତି ନାହିଁ ବୋଲି ଉକ୍ତ ପୋଷ୍ଟରେ ଲେଖାଯାଇଛି। ଏଥିସହ କଲ କରୁଥିବା ବ୍ୟକ୍ତିଙ୍କ ସତ୍ୟତା ଯାଞ୍ଚ କରନ୍ତୁ। ସ୍କମାର ନମ୍ବରଟିକୁ ବ୍ଲକ କରନ୍ତୁ। ଓଟିପି ସେୟାର କରନ୍ତୁ ନାହିଁ । ବ୍ୟକ୍ତିଗତ ସୂଚନା କେବେ ଦିଅନ୍ତୁ ନାହିଁ । ଯଦି ଆପଣ କିଛି ବି ସନ୍ଦେହଜନକ କାର୍ଯ୍ୟକଳାପକୁ ଅନୁଭବ କରୁଛନ୍ତି ସେ ସମ୍ପର୍କକରେ ତୁରନ୍ତ ରିପୋର୍ଟ କରନ୍ତୁ ବୋଲି ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking