28.3 C
Bhubaneswar
Thursday, May 14, 2026
Homeଓଡିଶାପରିଧାନ ଉଷ୍ମାୟନ କେନ୍ଦ୍ର ଉଦ୍‌ଘାଟନ କଲେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ

ପରିଧାନ ଉଷ୍ମାୟନ କେନ୍ଦ୍ର ଉଦ୍‌ଘାଟନ କଲେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ

 ବୟନଶିଳ୍ପ ଉଦ୍ୟୋଗ ପାଇଁ ଅଭିନବ ପ୍ରୟାସ
 ପୋଷାକ ଉତ୍ପାଦନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ
 ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବ
ଭୁବନେଶ୍ୱର, : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର ଏବଂ ବସ୍ତ୍ର ମନ୍ତ୍ରାଳୟ, ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ନିର୍ମିତ ପରିଧାନ ଉଷ୍ମାୟନ କେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହାର ଉଦ୍‌ଘାଟନ କରି କହିଛନ୍ତି, “ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ସହ ଏହା ପୋଷାକ ଉତ୍ପାଦନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ଯାହା ଫଳରେ ଆର୍ଥିକ ଅଭିବୃଦ୍ଧି ଘଟିବ ।” ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ି ବୟନଶିଳ୍ପ ଉଦ୍ୟୋଗ ପାଇଁ ଏହା ଅନେକ ସଫଳତାର ସମ୍ଭାବନା ରଖୁଛି ବୋଲି କହିଛନ୍ତି ।
ପ୍ରାରମ୍ଭିକ ସ୍ତରରେ ଥିବା ଯୁବ ଉଦ୍ୟୋଗୀମାନଙ୍କୁ ପ୍ଲଗ୍ ଆଣ୍ଡ୍ ପ୍ଲେ ବ୍ୟବସ୍ଥା ସହ ଆବଶ୍ୟକୀୟ ସମ୍ବଳ, ଭିତ୍ତିଭୂମି, ପୋଷାକ ଉତ୍ପାଦନ ପାଇଁ ସିଲେଇ ମେସିନ୍‌, ପ୍ୟାକେଜିଂ ମେସିନ୍ ଆଦି ଯୋଗାଇ ଦିଆଯାଇଛି । ୩ଜଣ ଉଦ୍ୟୋଗୀ ମୁକେଶ କୁମାର ନାୟକ (କେନ୍ଦ୍ରାପଡା), ବିନୟ ମୁଣ୍ଡା (ରାଇରଙ୍ଗପୁର) ଓ ବିଶ୍ୱଜିତ୍ କିରୋ (ସୁନ୍ଦରଗଡ) ପୋଷାକ ଉତ୍ପାଦନ ପାଇଁ ୪୫ହଜାର ବର୍ଗଫୁଟ ଅଂଚଳର ଏହି କେନ୍ଦ୍ର ନିମନ୍ତେ ଅନୁମତି ପାଇଛନ୍ତି । ଏହା ୬ ଶହ ଲୋକଙ୍କ ପାଇଁ ନିଯୁକ୍ତି ଯୋଗାଇ ଦେବ।
ପରିଧାନ ଉଷ୍ମାୟନ କେନ୍ଦ୍ର ଉଦ୍ଭାବନ ଓ ବ୍ୟବସାୟ ବିକାଶ ପାଇଁ ଏକ ପରିବର୍ତ୍ତନଶୀଳ ହବ୍ ହେବାକୁ ଯାଉଛି, ଯାହା ଉଦ୍ୟୋଗୀଙ୍କୁ ପ୍ରତିପୋଷଣ କରିବା ସହ ଆମ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ବୟନ ଐତିହ୍ୟକୁ ବୃଦ୍ଧି କରିବ । ଏହି ଉଦଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ମଧୁମିତା ରଥ, ନିର୍ଦ୍ଦେଶକ ହସ୍ତଶିଳ୍ପ ତଥା ପରିଚାଳନା ନିର୍ଦ୍ଦେଶକ ବୟନିକା ଶ୍ରୀମତୀ ପ୍ରଣତୀ ଛୋଟରାୟ, ଅତିରିକ୍ତ ଶାସନ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ଆର୍ଥିକ ଉପଦେଷ୍ଟା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବୀଣାପାଣି ନାୟକ, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମମତା ନାୟକ, ଉପ ଶାସନ ସଚିବ ଶ୍ରୀ ସୁବ୍ରତ କୁମାର ବେହେରା, ବୟନଶିଳ୍ପ ତଥା ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କୃଷ୍ଣ ସାହୁ, ସ୍ପିନଫେଡ଼୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବଜିତ ନନ୍ଦୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦସ୍ଥ ଅଧିକାରୀ ଯଥା ନିଫ୍ଟ୍ ର ନିର୍ଦ୍ଦେଶକ ଶ୍ରୀ ରାଜେଶ କୁମାର ଝା, ଜାତୀୟ ହସ୍ତତନ୍ତ ଉନ୍ନୟନ ପରିଷଦର ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅଚିନ୍ତ କୁମାର ସାହା ପ୍ରମୁଖ ଶ୍ରୀ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking