18.1 C
Bhubaneswar
Thursday, December 18, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କୌଣସି ଏକ ସମସ୍ୟାକୁ ନେଇ କର୍ମକ୍ଷେତ୍ରରେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯିବ। ନୀଚ ବ୍ୟକ୍ତିଙ୍କ ଠାରୁ ଅପମାନିତ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ପରିମାଣ ବଢ଼ିବ। ପାରିବାରିକ କଳହ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ଅସୁବିଧା ଭୋଗିବେ।

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଅନେକ ଶୁଭ ଖବର ଆଣିବ। ଗୁରୁଜନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ର ତଥା ବ୍ୟବସାୟରେ ଅସୁବିଧା ଦେଖାଦେବ। ଅସହଯୋଗ ପାଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀଭାନେ କାର୍ଯ୍ୟରତ ରହିବେ।

ମିଥୁନ : ଆର୍ଥିକ ଅବସ୍ଥା ଖରାପ ହୋଇପାରେ। ବନ୍ଧୁ ସହ ମତାନ୍ତର ଘଟିପାରେ। କର୍ମକ୍ଷେତ୍ରରେ ସାମାନ୍ୟ ଦୁଃଖ ହେବାର ଯୋଗ ରହିଛି। ପାରିବାରିକ ଅଶାନ୍ତି ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟରତ ରହିବେ।

କର୍କଟ : ଶରୀର ସୁସ୍ଥ ରହିବ। ପରିବାରରେ ଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଚାଷ କାର୍ଯ୍ୟରେ ସଫଳତା ପାଇପାରନ୍ତି। ଅଶାନ୍ତି ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟରତ ରହିବେ।

ସିଂହ : ପାରିବାରିକ କନ୍ଦଳ ଲାଗିପାରେ। ଭୂ -ସମ୍ପତି କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତର ହୋଇପାରେ। ବ୍ୟବସାୟରେ ଦ୍ୱନ୍ଦ ଦେଖାଦେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ନିନ୍ଦା ପାଇପାରନ୍ତି।

କନ୍ୟା : ବ୍ୟବସାୟରେ ଉନ୍ନତି କରିବେ। ନୂତନ ଅନୁଷ୍ଠାନ ନିର୍ମାଣରେ ଲାଗିପଡ଼ିବେ। ସ୍ୱାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ କୌଣସି ଜଟିଳ କାର୍ଯ୍ୟ ସମାଧାନ କରି ସମସ୍ତଙ୍କର ପ୍ରିୟ ହେବେ। ମହିଳାମାନେ ଉନ୍ନତି କରିବେ।

ତୁଳା : ପାରିବାରିକ ଅଶାନ୍ତି ଦେଖାଦେବ। ଭାତୃ ବିବାଦ ଦେଖାଦେବ। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବ୍ୟବସାୟରେ ସମାନ୍ୟ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କଳହ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀମାନେ ଦୁଃଖିତ ହେବେ।

ବିଛା : ପାରିବାରିକ ତଥା ଶାରୀରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହଯୋଗରେ ଶତ୍ରୁ ଜୟୀ ହେବେ। ମହିଳା ଓ ଛାତ୍ରଛାତ୍ରୀମାନେ ଖୁସିରେ ସମୟ କାଟିବେ।

ଧନୁ : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ବ୍ୟବସାୟରେ ଋଣଗ୍ରସ୍ତ ହୋଇପାରନ୍ତି। ମହିଳାମାନେ ଗୃହ କାର୍ଯ୍ୟରେ ଅଶାନ୍ତି ହେବେ। ଛାତ୍ରଛାତ୍ରୀମାନେ ଅଶାନ୍ତିରେ ସମୟ କାଟିବେ।

ମକର : ଆପଣଙ୍କର ସ୍ୱାସ୍ଥ୍ୟ ସେତେ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ଆୟ ବ୍ୟୟ ସମାନ ରହିବ। ପରିବାରରେ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରେନ୍ତି।

କୁମ୍ଭ : ପୂରାତନ ରୋଗରୁ ଆରୋଗ୍ୟ ଲାଭ କରିବେ। କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ଉଚ୍ଚ ପ୍ରଶଂସିତ ହେବେ। ମାନସିକ ଓ ପାରିବାରିକ ଅଶାନ୍ତି ମିଳିବ। ଆପଣଙ୍କର ବିଦେଶ ଯୋଗ ଆଶା ଅଛି।

ମୀନ : ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ନୂତନ ବନ୍ଧୁ ମିଳନରେ ଆନନ୍ଦ ପାଇବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବ୍ୟବସାୟରେ ଲାଭବାନ ହେବେ। ମହିଳାମାନେ ପରିବାରରେ ହସ ଖୁସିରେ ସମୟ କାଟିବେ। ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking