28.1 C
Bhubaneswar
Thursday, September 19, 2024
Homeଓଡିଶାଚିକିତ୍ସା ପାଇଁ ଔଷଧ ଦୋକାନୀର ଗୋଡ ଧରିଲା ଅସୁସ୍ଥ ମାଙ୍କଡ଼

ଚିକିତ୍ସା ପାଇଁ ଔଷଧ ଦୋକାନୀର ଗୋଡ ଧରିଲା ଅସୁସ୍ଥ ମାଙ୍କଡ଼

ମୟୂରଭଞ୍ଜ : ଆଜିର ବିଜ୍ଞାନ ଯୁଗରେ ପଶୁପକ୍ଷୀମାନେ ମଧ୍ୟ ସବୁକିଛି ନିଜେ ଜାଣି ପାରନ୍ତି, ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ବାରମାଇଲରେ l ଗୋଟେ ମାଙ୍କଡ଼ ଦେହରେ କୌଣସି କାରଣରୁ କ୍ଷତ ହୋଇ ରକ୍ତସ୍ରାବ ଯୋଗୁଁ ଯନ୍ତ୍ରଣା ଅନୁଭବ କରୁଥିଲା। ଯୋଉଥିପାଇଁ ଯନ୍ତ୍ରଣା ଉପଶମ ପାଇଁ ଚିକିତ୍ସାର ଆବଶ୍ୟକତା ହୃଦବୋଧ କରି ପହଞ୍ଚିଥିଲା ଗୋଟେ ଔଷଧ ଦୋକାନରେ । ଆଉ ଦୋକାନୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ ପୂର୍ବକ ଦେହର କ୍ଷତ ଦେଖାଇ ଶାନ୍ତ ସରଳ ଭାବେ ଶୋଇଥିଲା । ଆସନ୍ତୁ ଦେଖିବା ସେହି ଦୃଶ୍ୟର ଝଲକ…
ସୂଚନା ମୁତାବକ, ଆଜିଦିନ ବେଳେ ଏକ ମାଙ୍କଡ଼ କ୍ଷତାକ୍ତ ଅବସ୍ଥାରେ ଥିବା ବେଳେ ଯନ୍ତ୍ରଣାରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ଚିକିତ୍ସା ପାଇଁ ମାଙ୍କଡ଼ଟି ଏକ ମେଡ଼ିସିନ ଷ୍ଟୋରରେ ନିଜେ ପହଞ୍ଚିଥିଲା ଏବଂ ମେଡ଼ିସିନ ଷ୍ଟୋର ମାଲିକ ତରଣୀସେନ ମହାନ୍ତଙ୍କ ଗୋଡକୁ ଧରି କ୍ଷତାକ୍ତ ସ୍ଥାନକୁ ଦେଖାଇଥିଲା l ମାଙ୍କଡ଼ଟିର ଚିକିତ୍ସା କରାଇବା ପରେ ମୋରଡ଼ା ଠାରେ ଥିବା ରାସଗୋବିନ୍ଦପୁର ବନବିଭାଗକୁ ଖବର ଦେଇଥିଲେ l ଖବରପାଇ ରେଞ୍ଜର ଘନଶ୍ୟାମ ସିଂଙ୍କ ନିର୍ଦ୍ଧେଶରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରେଞ୍ଜ କାର୍ଯ୍ୟାଳୟକୁ ନେଇ ଆସିଥିଲେ l ତେବେ ସେଠାରୁ ମାଙ୍କଡ଼ଟି ପଳାଇଯାଇ ଝାଟିଅଡ଼ା ଗ୍ରାମକୁ ଯାଇଥିଲା l ସେଠାରେ ପୁଣି ଗ୍ରାମବାସୀ ବିଭୁଦତ୍ତ ବେହେରା,ବାବୁ ବେହେରା,ସୁଜିତ ବେହେରା, ସାଗର ବେହେରା ଉକ୍ତ ମାଙ୍କଡ଼ଟିର ଚିକିତ୍ସା କରାଇଛନ୍ତି l ତେବେ ମାଙ୍କଡ଼ ରୂପରୁ ମନୁଷ୍ୟ ଆଜି ରୂପାନ୍ତର ହୋଇଥିବା ହେତୁ ଏମାନଙ୍କର ମଧ୍ୟ ମଣିଷ ପରି ବ୍ୟବହାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ସେହିପରି ମାଙ୍କଡ଼ ହେଉଛନ୍ତି ଭଗବାନ ଶ୍ରୀରାମଙ୍କ ପରମ ଭକ୍ତ l ତେଣୁ ସ୍ଥାନୀୟ ଲୋକେ ଏହାର ସେବା କରିବା ସହିତ ଖାଇବାକୁ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking