28.1 C
Bhubaneswar
Thursday, September 19, 2024
Homeଓଡିଶାଭଞ୍ଜନଗର ଜେଇଙ୍କ ୮ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ

ଭଞ୍ଜନଗର ଜେଇଙ୍କ ୮ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ

ଭଞ୍ଜନଗର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ତିନି ମହଲା ଘର,ବ୍ରହ୍ମପୁର ତୁଳସୀନଗରର ୪ ମହଲାବିଶିଷ୍ଟ ବିଲଡିଂ,ଭଞ୍ଜନଗର ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘର, ବାଗଦେବୀ ରୋଡରେ ଥିବା ତାଙ୍କର ଜଣେ ଭାଇଙ୍କ ଘର,ଭଞ୍ଜନଗର ଅଫିସ୍ ଓ ଲୁଡୁଲୁଡିରେ ଥିବା ପୈତୃକ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉରେ ୭ ଜଣ ଡିଏସପି,୫ ଜଣ ଇନ୍ସପେକ୍ଟର ଓ ଏଏସଆଇ ସାମିଲ୍ ହୋଇଛନ୍ତି । ପ୍ରସନ୍ନ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛନ୍ତି। ବ୍ରହ୍ମପୁର ଓ ଫୁଲବାଣୀର ଭିଜିଲାନ୍ସ କର୍ମଚାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking