20.1 C
Bhubaneswar
Sunday, December 21, 2025
Homeଓଡିଶାଓଏସ୍‌ଏସ୍‌ସିର ସମସ୍ତ ପରୀକ୍ଷା ଅନଲାଇନେରେ ହେବା ଜରୁରୀ

ଓଏସ୍‌ଏସ୍‌ସିର ସମସ୍ତ ପରୀକ୍ଷା ଅନଲାଇନେରେ ହେବା ଜରୁରୀ

ଭୁବନେଶ୍ୱର: ଓଡିଶା ସବ୍‌ଅର୍ଡିନେଟ କର୍ମଚାରୀ ଚୟନ ଆୟୋଗ ଅଧିନରେ ସମସ୍ତ ପରୀକ୍ଷା ଅନଲାଇନରେ ହେଉଥିଲା। ବର୍ତ୍ତମାନ କିଛି ପରୀକ୍ଷା ଅଫଲାଇନରେ ହେବା ପ୍ରକ୍ରିୟା ଆରମ୍ଭ କରିବାକୁ କିଛି ମନ୍ଦ ଉଦେଶ୍ୟ ଥିବା ବ୍ୟକ୍ତି ବିଶେଷ ଉଦ୍ୟମ ଆରମ୍ଭ କରିଛନ୍ତି। କାରଣ ଅଫଲାଇନରେ ପରୀକ୍ଷା ହେଲେ ପ୍ରଶ୍ନ ପତ୍ର ଲିକ ହେବାର ଅନେକ ସମ୍ଭାବନା ରହିଛି। ବିଗତଦିନରେ ପ୍ରଶ୍ନପତ୍ର ଲିକ ହେବା ଘଟଣା ନଜରକୁ ମଧ୍ୟ ଆସିଛି। ଏ ନେଇ ଆଶାୟୀ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ମୋହାନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଅନଲାଇନରେ ପରୀକ୍ଷାକୁ ଗୁରୁତ୍ୱ ଦେବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ କିଛି ୟୁଟୁବର କୋଚିଂ ସେଣ୍ଟର ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କୁ ଅଫଲାଇନ ପରୀକ୍ଷା ସପକ୍ଷରେ ଓଏସ୍‌ଏସ୍‌ଏସ୍ସି କାର୍ଯ୍ୟାଳୟକୁ ଆସି ଦାବିପତ୍ର ଦେବାକୁ ଭିଡିଓରେ ପ୍ରବର୍ତ୍ତାଉଥିବା ଦେଖିବାକୁ ମିଳୁଛି। ଏହାର ତଦନ୍ତ କରି ଆବାଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପୋଲିସ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଦିଆଯାଇଛି। ସୋମନେ ଉଲ୍ଲେଖ କରିଛନ୍ତି ଯେ ୨୦୨୩ରେ ଓଏସ୍‌ଏସ୍‌ଏସ୍ସି ପ୍ରଶ୍ନପତ୍ର ଲିକ ମାମଲାରେ ସଂପୃକ୍ତ ଏକ ଗୋଷ୍ଠୀର ୨୫ରୁ ଅଧିକ ଅଭିଯୁକ୍ତ ବାଲେଶ୍ୱର ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତେଣୁ ସମସ୍ତ ପରୀକ୍ଷା ଅନଲାଇନରେ କରାଯିବାକୁ ଚିଠିରେ ଅନୁରୋଧ କରିବା ସହ ମନ୍ଦ ଉଦେଶ୍ୟ ନେଇ କାର୍ଯ୍ୟକରୁଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking