28.1 C
Bhubaneswar
Thursday, September 19, 2024
Homeଓଡିଶାଓଡିଶା ଜଙ୍ଗଲରେ ଅଛନ୍ତି ୨୭ଟି ମହାବଳ; ୧୦ବର୍ଷରେ ମରିଛନ୍ତି ୪୮ କଲରାପତରିଆ ଓ ୭ ମହାବଳ

ଓଡିଶା ଜଙ୍ଗଲରେ ଅଛନ୍ତି ୨୭ଟି ମହାବଳ; ୧୦ବର୍ଷରେ ମରିଛନ୍ତି ୪୮ କଲରାପତରିଆ ଓ ୭ ମହାବଳ

ଭୁବନେଶ୍ୱର: ଓଡିଶା ଜଙ୍ଗଲରେ ଏବେ ୨୭ଟି ମହାବଳ ଅଛନ୍ତି । ଏମାନଙ୍କ ମଧ୍ୟରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୪ଟି ମହାବଳ ଥିବାବେଳେ କେନ୍ଦୁଝର, ସୁନ୍ଦରଗଡ, ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟି କରି ମହାବଳ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଥର ତ୍ରିପାଠୀଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ ୨୦୦୨ ମସିହାରେ ଓଡିଶାରେ ପାଦଚିହ୍ନ ପଦ୍ଧତିରେ ହୋଇଥିବା ବାଘ ଗଣନା ଅନୁଯାୟୀ ରାଜ୍ୟରେ ୧୭୩ଟି ମହାବଳ ଥିଲେ ।

୨୦୦୬ ମସିହାରେ ପ୍ରଥମଥର ପାଇଁ ସର୍ବଭାରତୀୟ ସ୍ତରରେ କ୍ୟାମେରା ଟ୍ରାପ ପଦ୍ଧତିରେ ହୋଇଥିବା ଗଣନାରୁ ରାଜ୍ୟରେ ୪୫ଟି ମହାବଳ ଥିବା ଠାବ କରାଯାଇଥିଲା । ତେବେ ୨୦୨୪ ବାଘ ଗଣନାରୁ ରାଜ୍ୟର ଜଙ୍ଗଲରେ ୨୭ଟି ମହାବଳ ସମେତ ୮ଟି ମହାବଳ ବାଘ ଶାବକ ଥିବା ଠାବ କରାଯାଇଛି । ସେହିଭଳି ଗତ ୧୦ବର୍ଷ ମଧ୍ୟରେ ମଧ୍ୟରୁ ୨ଟି ମହାବଳ ଅଣାଯାଇଥିବାବେଳେ ଓଡିଶାର ଜଙ୍ଗଲରୁ କୌଣସି ବାଘକୁ ଅନ୍ୟ ଜଙ୍ଗଲକୁ ପଠାଯାଇ ନାହିଁ । ୨୦୧୩-୧୪ ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ୪୮ଟି କଲରାପତିରଆ ବାଘ ଓ ୭ଟି ମହାବଳ ବାଘର ମୃତ୍ୟୁ ଘଟିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking