17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆଇଆଇଟି ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଆଇଆଇଟି ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଉତ୍ତରପ୍ରଦେଶ : ପୁଣି ଛାତ୍ର ଆତ୍ମହତ୍ୟା । ଗୌହାଟୀ ଆଇଆଇଟି କଲେଜରେ ଘଟିଛି ଏପରି ଘଟଣା। ମୃତକ ଜଣେ ୨୧ ବର୍ଷୀୟ ଯୁବକ ବୋଲି ଜଣାଯାଇଛି। ଗୌହାଟୀ ଆଇଆଇଟି କଲେଜରେ ଚଳିତ ବର୍ଷ ଏହା ଚତୁର୍ଥ ଘଟଣା ହୋଇଥିବା ବେଳେ ଖବର ପ୍ରଚାରିତ ହେବା ପରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୃତକଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାଯାଇଛି। ଛାତ୍ରଜଣକ ନିଜ ହଷ୍ଟେଲ ରୁମ୍‌ କବାଟ ବହୁ ସମୟ ପର୍ଯ୍ୟନ୍ତ ବନ୍ଦ ରଖିଥିବାରୁ ତାଙ୍କ ସାଙ୍ଗମାନେ କବାଟ ବାଡ଼େଇଥିଲେ। ମାତ୍ର ସେ କବାଟ ନ ଖୋଲିବାରୁ ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ଓ ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ଖବର ପାଇ ପୁଲିସ୍‌ ପହଞ୍ଚିବା ପରେ କବାଟ ଭଙ୍ଗାଯାଇ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ମୃତଦେହ ଜବତ କରି ଗୌହାଟୀ ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୌହାଟୀ ଆଇଆଇଟି କଲେଜରେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଏହାକୁ ନେଇ ଛାତ୍ରମାନେ ତାତି ଯାଇଛନ୍ତି। ଏପରିକି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି। ଗତ ମାସ ୯ ତାରିଖରେ ୨୪ ବର୍ଷୀୟ ଜଣେ ହଷ୍ଟେଲ ଛାତ୍ରଙ୍କୁ ନିଜ ହଷ୍ଟେଲ ରୁମ୍‌ରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking