31.1 C
Bhubaneswar
Friday, March 27, 2026
Homeଓଡିଶାଦଶମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦ୍ବାଦଶ ଶ୍ରେଣୀ ଛାତ୍ର

ଦଶମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦ୍ବାଦଶ ଶ୍ରେଣୀ ଛାତ୍ର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇଛି। ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଦଶମ ଶ୍ରେଣୀର ୨୨ଜଣ ଛାତ୍ରଙ୍କୁ ଦ୍ୱାଦଶ ଶ୍ରେଣୀର ୭ ଜଣ ଛାତ୍ର ନିସ୍ତୁକ ମାଡ଼ ମାରିଛନ୍ତି।

ସୂଚନା ଅନୁସାରେ, ଗୁରୁବାର ସ୍କୁଲରେ ଗୁରୁଦିବସ ପାଳନ ହୋଇଥିଲା। ପରମ୍ପରା ଅନୁସାରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶିକ୍ଷକ-ଶିକ୍ଷୟିତ୍ରୀ ଭୂମିକାରେ ଦଶମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇଥିଲେ। ଏହି ସମୟରେ କୁଆଡ଼େ ଦଶମ ଶ୍ରେଣୀର ଛାତ୍ରମାନେ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ କମେଣ୍ଟ କରିଥିଲେ ବୋଲି ଦ୍ୱାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲରେ କଥା ପଡ଼ିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାତି ପ୍ରାୟ ୧୨ଟା ସମୟରେ ଦ୍ୱାଦଶ ଶ୍ରେଣୀର ୭ ଜଣ ଛାତ୍ର ଠେଙ୍ଗାବାଡ଼ି ଧରି ଦଶମ ଶ୍ରେଣୀ ୱାର୍ଡକୁ ଆସିଥିଲେ।

ସେମାନେ ଦଶମ ଶ୍ରେଣୀ ସେକ୍ସନ-ଏ’ ର ୨୨ଜଣ ଛାତ୍ରଙ୍କୁ ହାତ ଟେକି ଛିଡ଼ା ହେବାକୁ କହି ଫିଲ୍ମ ଷ୍ଟାଇଲରେ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ନିସ୍ତୁକ ମାଡ଼ ମାରିଥିଲେ। ରାତି ୩ଟା ବେଳେ ଶିକ୍ଷକ ଓ କର୍ମଚାରୀମାନେ ଖବରପାଇ ହଷ୍ଟେଲରେ ପହଞ୍ଚି ଛାତ୍ରମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତରବୋଡ଼ ଏବଂ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking