26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଭାରତରେ ଲୋକେ ଆଉ ପିନ୍ଧିବେନି ଚଷମା !

ଭାରତରେ ଲୋକେ ଆଉ ପିନ୍ଧିବେନି ଚଷମା !

ନୂଆଦିଲ୍ଲୀ: ଭାରତରେ ଖୁବ୍ ଶୀଘ୍ର ଆସୁଛି ଏକ ନୂଆ ଆଖି ଡ୍ରପ୍ । ଏଣିକି ଲୋକଙ୍କୁ ଆଉ ଚଷମା ପିନ୍ଧିବାକୁ ପଡ଼ିବ ନାହିଁ । ଖାସ୍ କରି ଚଷମା ପିନ୍ଧୁଥିବା ଲୋକଙ୍କ ପାଇଁ ଏହି ଆଖି ଡ୍ରପ୍ ବିକଶିତ କରାଯାଇଛି । ଦାବି କରାଯାଇଛି ଯେ ଏହି ଡ୍ରପ୍ ପକାଇବା ଦ୍ୱାରା ଆଉ ଚଷମା ବ୍ୟବହାର କରିବାକୁ ପଡ଼ିବ ନାହିଁ । ଭାରତର ଔଷଧ ନିୟାମକ ଏଜେନ୍ସି ଏହାକୁ ଅନୁମୋଦନ କରିଛି । ମୁମ୍ବାଇସ୍ଥିତ ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ‘ପ୍ରେସ୍‌ବିଓପିଆ’ର ଚିକିତ୍ସା ପାଇଁ ‘ପ୍ରେସ୍‌ଭୁ ଆଇ ଡ୍ରପ୍ସ’ ବିକଶିତ କରିଛି । ପ୍ରେସ୍‌ବିଓପିଆ ହେଉଛି ଏମିତି ଏକ ସ୍ଥିତି, ଯାହା ବିଶ୍ୱବ୍ୟାପୀ ୧.୦୯ରୁ ୧.୮୦ ବିଲିୟନ ଲୋକଙ୍କୁ ପ୍ରଭାବିତ କରିଥାଏ ।

ବୟସ ବୃଦ୍ଧି ସାଙ୍ଗକୁ ପ୍ରେସ୍‌ବିଓପିଆ ସ୍ୱାଭାବିକ ରୂପେ ବଢ଼ିଥାଏ, ଯାହାଫଳରେ ପାଖ ବସ୍ତୁ ଉପରେ ଧ୍ୟାନ କୈନ୍ଦ୍ରିତ କରିବାରେ ଅସୁବିଧା ହୁଏ । ସାଧାରଣତଃ ୪୦ ମଧ୍ୟଭାଗରୁ ୬୦ ଶେଷଭାଗ ମଧ୍ୟରେ ଏହା ଅତ୍ୟଧିକ ହୋଇଥାଏ । ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍‌ର ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ଦ୍ୱାରା ପ୍ରଥମେ ଉତ୍ପାଦ ସୁପାରିଶ କରାଯିବା ପରେ ଊଉଏଓରୁ ଚୂଡ଼ାନ୍ତ ଅନୁମୋଦନ ମିଳିଛି । ପ୍ରେସ୍‌ଭୁ ହେଉଛି ଭାରତର ପ୍ରଥମ ଆଖି ଡ୍ରପ୍‌, ଯାହା ପ୍ରେସ୍‌ବିଓପିଆରେ ପୀଡିତ ଲୋକଙ୍କ ଚଷମା ପିନ୍ଧିବାର ଆବଶ୍ୟକତାକୁ ହ୍ରାସ କରିବ । ଏହାର ଫର୍ମୂଲା କେବଳ ଚଷମାର ଆବଶ୍ୟକତାକୁ ଦୂର କରେ ନାହିଁ, ବରଂ ଆଖିର ଲୁବ୍ରିକେସନ ଭଳି କାମ କରିଥାଏ । ଏହି ଡ୍ରପ୍‌ରେ ଏକ ଆଡ୍‌ଭାନ୍ସ ଡାଏନାମିକ୍ ବଫର୍ ଟେକ୍ନୋଲୋଜି ରହିଛି, ଯାହା ଲୁହର ପିଏଚ୍ ସହିତ ଖାପ ଖୁଆଇବା ପାଇଁ ଶୀଘ୍ର ଅନୁମତି ଦେଇଥାଏ । ବର୍ଷ ବର୍ଷ ଧରି ଏହି ଆଖି ଡ୍ରପ୍ ବ୍ୟବହୃତ ହୋଇପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking