27.1 C
Bhubaneswar
Thursday, March 26, 2026
Homeଓଡିଶାମହିଳାଙ୍କ ସହ ପୋଲିସ ବାବୁଙ୍କ ବାର୍ତ୍ତାଳପର ଅଡିଓ ଭାଇରାଲ, ମହିଳାଙ୍କୁ ..

ମହିଳାଙ୍କ ସହ ପୋଲିସ ବାବୁଙ୍କ ବାର୍ତ୍ତାଳପର ଅଡିଓ ଭାଇରାଲ, ମହିଳାଙ୍କୁ ..

କଟକ: ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରେଶ୍ୱର ଥାନାର ଜଣେ ପୋଲିସବାବୁଙ୍କ ସହ ଆଉ ଜଣେ ମହିଳାଙ୍କ ପ୍ରେମ ଗପର ଅଡିଓ ଏବଂ ଫଟୋ ଭାଇରାଲ ହେଉଛି । ଏଥିରେ ଉଭୟେ ଅତ୍ୟନ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ବାର୍ତ୍ତାଳାପ କରୁଛନ୍ତି । ବିଳମ୍ବିତ ରାତିରେ ଏଭଳି ଅଶ୍ଳୀଳ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ସମ୍ପୃକ୍ତ ପୋଲିସବାବୁ । ଘଟଣାକୁ ଚପାଇ ଦେବାକୁ ଭରପୂର ପ୍ରୟାସ କରୁଛନ୍ତି । ଏହି ଘଟଣା ସମଗ୍ର ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ସୂଚନା ଅନୁସାରେ ଭଦ୍ରେଶ୍ୱର ଅଞ୍ଚଳର ଜଣେ ବିବାହିତା ମହିଳା ନିଜର ବିବାଦୀୟ ଘଟଣାର ସମାଧାନ ନିମନ୍ତେ ଭଦ୍ରେଶ୍ୱର ଥାନାକୁ ଯାଇଥିଲେ । ମହିଳାଙ୍କ ସମସ୍ୟାର ସମାଧାନ ଓ ତାଙ୍କ ସରଳତାର ସୁଯୋଗ ନେଇ ପୋଲିସବାବୁ ଜଣଙ୍କ ମହିଳାଙ୍କୁ ନିଜର ପ୍ରେମ ଫାଶରେ ପକାଇବାକୁ ସକ୍ଷମ ହୋଇଥିଲେ । ଧୀରେ ଧୀରେ ପୋଲିସ ବାବୁ ଓ ମହିଳାଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ଅତି ନିବିଡ ଓ ମଧୁର ହୋଇଯାଇଥିଲା । ଫଳରେ ସମ୍ପୃକ୍ତ ମହିଳା ଜଣକ ଥାନାକୁ ବାରମ୍ବାର ଯିବା ଆସିବା କରୁଥିଲେ । ବିଳମ୍ବିତ ରାତ୍ରି ଯାଏ ମୋବାଇଲରେ ପୋଲିସବାବୁ ମହିଳାଙ୍କ ସହ ଅଶ୍ଳୀଳ ବାର୍ତ୍ତାଳାପ କରୁଥିବା ଭାଇରାଲ ଅଡ଼ିଓରୁ ଜଣାପଡୁଛି । ଏପରି କି ବାର୍ତ୍ତାଳାପର ଅଡିଓ ସହ ଏକ ସେଲ୍‌ଫି ଫଟୋ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରେମାଳାପ ଅଡିଓଟି ଅଶ୍ଳୀଳ ଭାଷାର ସବୁ ସୀମା ଟପିଯାଇଛି ।

ଏଭଳି ଭାଷା ଜଣେ ବିବାହିତା ମହିଳାଙ୍କ ସହ ଜଣେ କର୍ତ୍ତବ୍ୟରତ, ଦାୟିତ୍ୱ ସମ୍ପନ୍ନ ପୋଲିସବାବୁ କଥା ହୋଇପାରନ୍ତି ତାହା କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ପୋଲିସବାବୁ ଓ ମହିଳାଙ୍କ ମଧ୍ୟରେ ଏପରି ଗୁପ୍ତ ପ୍ରଣୟର ବାର୍ତ୍ତାଳାପକୁ କିଏ କେଉଁ ଉଦ୍ଦେଶ୍ୟରଖି ଭାଇରାଲ କଲା ସେନେଇ ଚର୍ଚ୍ଚା ଜୋର ଧରିଛି । ଅପରପକ୍ଷରେ ଥାନାବାବୁ ଜଣେ ବିବାହିତା ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ ଯାଇ ନିଜେ ଫସିଯାଇଛନ୍ତି । ତେବେ ଘଟଣା ସମ୍ପର୍କରେ ଥାନାବାବୁଙ୍କୁ ପଚାରିବାରେ ଭାଇରାଲ ହେଉଥିବା ଅଡିଓଟି ତାଙ୍କର ନୁହଁ ବୋଲି କହିଛନ୍ତି । ଅପରପକ୍ଷେ ଘଟଣାକୁ ନେଇ ମାହାଙ୍ଗା ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯିବା ସହ ଭାଇରାଲ ଅଡିଓର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଏହି ବାର୍ତ୍ତାଳାପର ସ୍ୱର ଫୋରେନସିକ୍ ଲାବୋରେଟୋରି ଦ୍ୱାରା ଯାଞ୍ଚ କରାଇଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି କୁହାଯାଇଛି । ଏହି ଅଭିଯୋଗକୁ ଭଦ୍ରେଶ୍ୱର ଥାନା ଅଧିକାରୀ କାବୁଲି ବାରିକ ଅସ୍ୱୀକାର କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking