ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ପରେ ବିଜେପି ଅଫିସରେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ପହଞ୍ଚିଛନ୍ତି । ଆଉ ଅଳ୍ପ ସମୟ ପରେ ସୁଜିତ କୁମାର ବିଜେପିରେ ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି ।
ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଉ ଦେଉ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କାର କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିଷ୍କୃ୍ତ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।