26.8 C
Bhubaneswar
Monday, April 6, 2026
Homeଓଡିଶାକୂଅରେ ପଡ଼ିଗଲେ ୨ ନାବାଳିକା

କୂଅରେ ପଡ଼ିଗଲେ ୨ ନାବାଳିକା

ନବରଙ୍ଗପୁର : ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗାଁରେ କୂଅରେ ବୁଡ଼ି ଦୁଇ ନାବାଳିକା ପ୍ରାଣ ହରାଇଛନ୍ତି। ମୃତ ଦୁଇ ନାବାଳିକା ହେଉଛନ୍ତି ଚନ୍ଦ୍ର ଭତ୍ରାଙ୍କ ଝିଅ ତନୁ ଭତ୍ରା (୧୨) ଓ ନନ୍ଦ ଭତ୍ରାଙ୍କ ଝିଅ ମଞ୍ଜୁଲା ଭତ୍ରା (୧୨)। ଦୁହେଁ ସ୍କୁଲରେ ଗୁରୁ ଦିବସ ପାଳନ କରି ଫେରିବା ପରେ ଘର ନିକଟସ୍ଥ କୂଅକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନଆସିବାରୁ ଦୁଇ ପରିବାର ଲୋକେ ଖୋଜିଥିଲେ। ପରେ ସନ୍ଦେହ ହେବାରୁ କୋଷାଗୁମୁଡା ଅଗ୍ନିଶମ ବିଭାଗ ଏବଂ ପୁଲିସକୁ ଖବର ଦେଇଥିଲେ ସେମାନେ। ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କୂଅରୁ ଉଭୟ ତନୁ ଓ ମଞ୍ଜୁଲାଙ୍କ ମୃତଦେହ ବାହାର କରିଥିଲେ। ପୁଲିସ୍ ସେମାନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡ଼ା ଡାକ୍ତରଖାନାକୁ ପଠାଇଥିଲା। ଏହି ଘଟଣାକୁ ନେଇ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking