18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଆନ୍ଧ୍ର, ତେଲଙ୍ଗାନାରେ ବନ୍ୟା

ଆନ୍ଧ୍ର, ତେଲଙ୍ଗାନାରେ ବନ୍ୟା

ବିଜୟୱାଡା : ଲଗାଣ ବର୍ଷାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ଶହ ଶହ ଗାଁ ଜଳବନ୍ଦୀ ହୋଇଥିବାବେଳେ ବହୁ ଧନଜୀବନ ହାନୀ ଘଟିଛି। ଗାଡିମୋଟର ଚାଲିବା ରାସ୍ତାରେ ଡଙ୍ଗା ଚାଲୁଛି। କେଉଁଠି ରାସ୍ତାଘାଟ ଧୋଇ ହୋଇଯାଇଛି ତ ଆଉ କେଉଁଠି ଟ୍ରେନ୍ ଲାଇନ୍ରେ ପାଣି ପଶିଯାଇଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଓ ଆନ୍ଧ୍ରପ୍ରଦେଶରେ ପରିସ୍ଥିତି ପୁରା ସଙ୍ଗୀନ୍ ହୋଇପଡିଛି। ବର୍ଷା ଯୋଗୁଁ ବିଜୟୱାଡା ଓ ଗୁଣ୍ଟୁର ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଥିବାବେଳେ ରବିବାର ସକାଳେ ଏହା କଳିଙ୍ଗପଟ୍ଟନମଠାରେ ସ୍ଥଳଭାଗକୁ ପ୍ରବେଶ କରିଥିଲା। ବିଜୟୱାଡା ଜିଲାର ମୋଗଲରାଜାପୁରମ ନିକଟରେ ଭୂସ୍ଖଳନ ଘଟି ୫ ଜଣ ପ୍ରାଣ ହରାଇଥିବାବେଳେ ଚାରିଜଣ ଆହତ ହୋଇଛନ୍ତି। ଗୁଣ୍ଟୁର ଜିଲାରେ ଆଉ ୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ସବୁ ପୋଖରୀ ଓ ହ୍ରଦର ଜଳସ୍ତର ବୃଦ୍ଧି ପାଇଛି। ଫଳରେ କ୍ରିଷ୍ଣା ଓ ଗୁଣ୍ଟୁର ଜିଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ରାତିସାରା ବର୍ଷା ଲାଗି ରହିଥିବାରୁ ବିଜୟୱାଡା, ଅମରାବତୀ, ମଙ୍ଗଳାଗିରି, ଗୁଣ୍ଟୁର, ଏଲୁରୁ ଏବଂ ଅନ୍ୟାନ୍ୟ ସ୍ଥାନରେ ଜନବସତିଗୁଡିକ ପାଣିରେ ବୁଡିଯାଇଛି। ବିଜୟୱାଡା ସହରରେ ବିଗତ ଦଶ ବର୍ଷ ମଧ୍ୟରେ ସବୁଠୁ ଅଧିକ ପରିମାଣର ବର୍ଷା ରେକର୍ଡ କରାଯାଇଛି। ସହରର ଏକାଧିକ ରାସ୍ତାରେ ତିନି ଚାରିଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୋଟ୍ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ତେଲେଙ୍ଗାନାରେ ସବୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖମାମ ଜିଲ୍ଲା। ୧୧୦ଟି ଗାଁ ବୁଡିଛି ଏବଂ ବିଭିନ୍ନ ସ୍ଥାନରେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ଶତାଧିକ ବିପନ୍ନ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking