20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଝିଅକୁ ବିବାହ କରିବାକୁ ଚାହୁଁଥିଲେ ଏହି ବ୍ୟକ୍ତି, ଶେଷ ଲକ୍ଷ୍ୟ ଥିଲା....

ଝିଅକୁ ବିବାହ କରିବାକୁ ଚାହୁଁଥିଲେ ଏହି ବ୍ୟକ୍ତି, ଶେଷ ଲକ୍ଷ୍ୟ ଥିଲା….

ୱାଶିଂଟନ: ଆମେରିକାର ଇଣ୍ଡିଆନାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ସାବତ ଝିଇକୁ ବିବାହ କରିବାକୁ ଚାହୁଁଥିଲେ, ଏଥିପାଇଁ ସେ ତାଙ୍କ ସ୍ତ୍ରଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, କାରଣ ସେ ତାଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହୋଇଥିଲେ ବୋଲି ବ୍ୟକ୍ତି ଜଣଙ୍କ ଧରି ନେଇଥିଲେ ।

ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ଏବଂ ତାଙ୍କ ଝିଅକୁ ବିବାହ କରିବା ପାଇଁ ଷଡଯନ୍ତ୍ର କରି ୱେନ କାଉଣ୍ଟି କୋର୍ଟରେ ୭୧ବର୍ଷିୟ ଆଲଫ୍ରେଡ ଡବ୍ଲୁ ରୁଫ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଏହି କାର୍ଯ୍ୟ ପାଇଁ ତାଙ୍କୁ ୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ରୁଫଙ୍କ ବିରୋଧରେ ମାମଲା ୨୦୨୧ରେ ଘଟିଥିଲା ଯେତେବେଳେ ତାଙ୍କ ପତ୍ନୀ ଏକାଧିକ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ଥିବା ଡାକ୍ତର ଏହାର ଅନୁସନ୍ଧାନ କରିଥିଲେ । ଫକ୍ସ ନ୍ୟୁଜ ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣଙ୍କ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ସହ ତାଙ୍କ ଝିଅକୁ ବିବାହ କରିବାକୁ ଚେଷ୍ଟା କରୁଥିଲେ ।

ରୁଫଙ୍କ ସ୍ତ୍ରୀ ଜାନୁଆରୀ ୨୦୨୨ରେ ପୋଲିସ ସହିତ ଯୋଗାଯୋଗ କରିଥିଲେ ଯେ ସେ ତାଙ୍କୁ ବିଷ ଦେବାକୁ ଉଦ୍ୟମ କରିଥିବା ସ୍ୱୀକାର କରିଥିଲେ । ସେ କହିଛନ୍ତି ଯେ ଗତ ସପ୍ତାହରେ ତାଙ୍କୁ ମୁଣ୍ଡବ୍ୟଥା, ନିଦ୍ରାହୀନତା ଏବଂ ଝଡ଼ା ଭଳି ଲକ୍ଷଣ ସହିତ ୬ଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ସେ କୋକେନ ଏବଂ ବେନୋଜୋଡିଜେପିନ ପାଇଁ ପଜିଟିଭ ପରୀକ୍ଷା କରିଥିଲେ, ଯଦିଓ ସେ ଏହି କୌଣସି ପଦାର୍ଥର ବ୍ୟବହାରକୁ ମନା କରିଦେଇଥିଲେ । ଏଥି ସହିତ, ଯେତେବେଳେ ପୋଲିସ ଅନୁସନ୍ଧାନ ପାଇଁ ତାଙ୍କ ଘରେ ପହଞ୍ଚିଥିଲା, ସେତେବେଳେ ସେମାନେ କିଛି ଧଳା ପାଉଡର ଏବଂ କୋକାକୋଲା ମଧ୍ୟ ପାଇଥଲେ, ପରୀକ୍ଷଣ ପରେ ଜଣାପଡିଥିଲା ଯେ ମହିଳାଙ୍କୁ କୋକାକୋଲାରେ ବିଷ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking