26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆଜି ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା

ଆଜି ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା

ନୂଆଦିଲ୍ଲୀ : ଆଜି ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଯାହା  ଓମାନ ଉପକୂଳ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି। ବାତ୍ୟାର ନାଁ ରହିବ ଆସନା। ଏହା କ୍ରମଶଃ ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି ଦୁଇ ଦିନ ମଧ୍ୟରେ ଭାରତ ଉପକୂଳଠାରୁ ଦୂରେଇ ଯିବ। ୧୯୭୬ ମସିହାରେ ଓଡିଶାରେ ଏକ ଘୂର୍ଣ୍ଣିବଳୟ ଦେଖାଦେଇଥିଲା। ଏହାପରେ ବାତ୍ୟା ଆସନା ହେଉଛି ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ସାଇକ୍ଲୋନିକ୍ ଝଡ।
ତେବେ ଏହାର ପ୍ରଭାବରେ ଗୁଜୁରାଟରେ ଭୀଷଣ ବର୍ଷା ଜାରି ରହିଛି। ଶନିବାର ପର୍ୟ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ  ଆକଳନ କରିଛି । ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସୁରତ ସହର ଜଳମଗ୍ନ ହୋଇଥିବାବେଳେ ପୋରବନ୍ଦର, ଜୁନାଗଡ , କଚ୍ଚ ଏବଂ ଦେବଭୂମି ଦ୍ଵାରକା ଅଞ୍ଚଳରେ ବି ଭୀଷଣ ବନ୍ୟା ଦେଖିବାକୁ ମିଳିଛି। ସୁରତରେ ରାସ୍ତା ଉପରେ ପାଣି ଲହଡି ମାରୁଥିବାରୁ ଜନଜୀବନ ଏବଂ ଗମନାଗମନ ବାଧାପ୍ରାପ୍ତ ହୋଇଛି। ରାଜକୋଟ ଜିଲ୍ଲା ଲାଟ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ସେଠାରେ ମାତ୍ର ଦୁଇ ଘଣ୍ଟାରେ ୧୧ ଇଞ୍ଚ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking