21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶୱାଧୱାନ ବନ୍ଦର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ୱାଧୱାନ ବନ୍ଦର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ପାଲଘରଠାରେ ପ୍ରାୟ ୭୬,୦୦୦ କୋଟି ଟଙ୍କାର ୱାଧୱାନ ବନ୍ଦର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ। ଏଥି ସହ ପ୍ରାୟ ୧୫୬୦ କୋଟି ଟଙ୍କାର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ପିଏମଓର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫଏଫ୍) ୨୦୨୪କୁ ସମ୍ବୋଧିତ କରିବେ। ଏହାପରେ ସେ ଅପରାହ୍ନ ପ୍ରାୟ ଦେଢ଼ଟାରେ ପାଲଘରର ସିଡକୋ ଗ୍ରାଉଣ୍ଡରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ସେଥିମଧ୍ୟରୁ ୱାଧୱାନ ବନ୍ଦରର ଶିଳାନ୍ୟାସ ମଧ୍ୟ ରହିଛି। ଦେଶର ବାଣିଜ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶ ପଥ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପିଏମଓ କହିଛି। ପାଲଘର ଜିଲ୍ଲାର ଦହାନୁ ସହର ନିକଟବର୍ତ୍ତୀ ୱାଧୱାନ ବନ୍ଦର ଭାରତର ସବୁଠାରୁ ବଡ଼ ଗଭୀର ଜଳ ବନ୍ଦର ହେବ। ଏହା ଦ୍ୱାରା ଅନ୍ତର୍ଜାତୀୟ ସାମୁଦ୍ରିକ ପରିବହନ ପାଇଁ ସିଧାସଳଖ ଯୋଗାଯୋଗ ସ୍ଥାପନ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking