35.1 C
Bhubaneswar
Thursday, March 26, 2026
Homeଓଡିଶାନନ୍ଦନକାନନରେ ୫ ନୂଆ ସଦସ୍ୟ

ନନ୍ଦନକାନନରେ ୫ ନୂଆ ସଦସ୍ୟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ସିଂହ/ସିଂହୀଙ୍କ ସଂଖ୍ୟା। କାରଣ ଆଜି ୫ ଶାବକଙ୍କୁ ଜନ୍ମ ଦେଇଛି ସିଂହୀ ବିଜ୍‌ଲୀ। ସିଂହ ସମ୍ରାଟ ଓ ସିଂହୀ ବିଜ୍‌ଲୀଙ୍କ ମିଳନରୁ ଏହି ୫ ଶାବକ ଜନ୍ମ ହୋଇଛନ୍ତି। ବିଜ୍‌ଲୀ ଏବେ ତା’ ନବଜାତ ଶାବକମାନଙ୍କ ଯତ୍ନ ନେଉଛି। ସେମାନଙ୍କୁ ଅଲଗା କରାଯାଇନାହିଁ। ତେଣୁ ଶାବକମାନଙ୍କ ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ। ଉଭୟ ମା’ ଓ ଛୁଆଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି ।

୨୦୨୦ରେ ଇନ୍ଦୋର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିଥିଲା ବିଜ୍‌ଲୀ। ତାକୁ ଏବେ ୯ ବର୍ଷ ହୋଇଛି। ସେ ଚତୁର୍ଥ ଥର ପାଇଁ ମା’ ହୋଇଛି। ୨୦୨୧ରେ ସେ ପ୍ରଥମ ଥର ମା’ ହୋଇଥିଲା। ସେତେବେଳେ ସେ ୩ଟି ଶାବକ ଜନ୍ମ ଦେଇଥିଲା। ସେଥିରୁ ଦୁଇଟି ମରି ଯାଇଥିଲେ। କେବଳ ବର୍ଷା ବଞ୍ଚିଥିଲା। ୨୦୨୨ ମାର୍ଚ୍ଚରେ ପୁଣି ମା’ ହୋଇଥିଲା ବିଜ୍‌ଲୀ। ସେ ଗୋଟିଏ ଛୁଆ ଜନ୍ମ କରିଥିଲା। ସେ ବଞ୍ଚିଛି। ତା’ ନାଁ କାମିନୀ। ୨୦୨୨ରେ ନଭେମ୍ବରରେ ତୃତୀୟ ଥର ପାଇଁ ମା’ ହୋଇଥିଲା ବିଜ୍‌ଲୀ। ସେଥର ସେ ୫ଟି ଛୁଆ ଜନ୍ମ କରିଥିଲା। ସେଥିରୁ ଗୋଟିଏ ମରି ଯାଇଥିଲା। ବାକି ୪ଟି ବଞ୍ଚିଥିଲେ। ସେଥିରୁ ଦୁଇଟିକୁ ଅଲିପୁର ଚିଡ଼ିଆଖାନାକୁ ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking