34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶ୨୩୪ ସହରରେ ଖୋଲିବ ୭୩୦ ଏଫ୍‌ଏମ୍ ଚ୍ୟାନେଲ୍‌

୨୩୪ ସହରରେ ଖୋଲିବ ୭୩୦ ଏଫ୍‌ଏମ୍ ଚ୍ୟାନେଲ୍‌

ନୂଆଦିଲ୍ଲୀ: ଦେଶର ଅପହଞ୍ଚ ଇଲାକାକୁ ଯୋଡିବା ନିମନ୍ତେ ତଥା ସେଠାକାର ଲୋକମାନଙ୍କୁ ସୂଚନା ଦେବା ଲକ୍ଷ୍ୟରେ ୨୩୪ଟି ନୂଆ ସହରରେ ୭୩୦ଟି ଘରୋଇ ଏଫ୍‌ଏମ୍ ଚ୍ୟାନେଲ୍ ଖୋଲିବ । ଏଥିପାଇଁ ଇ-ନିଲାମ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ମାତୃଭାଷାରେ ସ୍ଥାନୀୟ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ପଦକ୍ଷେପର ଲକ୍ଷ୍ୟ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ସ୍ଥାନୀୟ ପ୍ରତିଭାଙ୍କ ଉପରେ ଧ୍ୟାନ ଦେବ ।

ଏଥିରେ ଆନ୍ଧ୍ର ପ୍ରଦେଶର ୨୨ଟି ସହରରେ ୬୮ଟି ଚ୍ୟାନେଲ ଖୋଲିବାକୁ ଥିବାବେଳେ ଆସାମରେ ୬ଟି ସହରରେ ୧୮ଟି, ବିହାରରେ ୧୮ଟି ସହରରେ ୫୭ଟି, ଗୁଜୁରାଟରେ ୮ଟି ସହରରେ ୨୪ଟି, ହରିୟାଣାରେ ୯ଟି ସହରରେ ୨୭ଟି, ତାମିଲନାଡୁରେ ୧୧ଟି ସହରରେ ୩୩ଟି, ମଧ୍ୟପ୍ରଦେଶରେ ୨୦ଟି ସହରରେ ୬୧ଟି, ମହାରାଷ୍ଟ୍ରରେ ୧୧ଟି ସହରରେ ୩୬ଟି, ଓଡ଼ିଶାରେ ୬ଟି ସହରରେ ୧୯ଟି, ପଞ୍ଜାବରେ ୯ଟି ସହରରେ ୨୮ଟି, ରାଜସ୍ଥାନରେ ୧୯ଟି ସହରରେ ୫୯ଟି, ତେଲେଙ୍ଗାନାରେ ୧୦ଟି ସହରରେ ୩୧ଟି, ଉତ୍ତର ପ୍ରଦେଶରେ ୩୨ଟି ସହରରେ ୧୦୦ଟି, ପଶ୍ଚିମବଙ୍ଗରେ ୧୩ଟି ସହରରେ ୪୨ଟି, ଛତିଶଗଡ଼ରେ ୩ଟି ସହରରେ ୯ଟି, ଝାଡ଼ଖଣ୍ଡରେ ୬ଟି ସହରରେ ୧୯ଟି, କେରଳରେ ୨ଟି ସହରରେ ୬ଟି, ମିଜୋରାମରେ ଗୋଟିଏ ସହରରେ ୩ଟି, ମେଘାଳୟର ଗୋଟିଏ ସହରରେ ୩ଟି, ମଣିପୁରରେ ଗୋଟିଏ ସହରରେ ୪ଟି, ନାଗାଲାଣ୍ଡରେ ୩ଟି ସହରରେ ୯ଟି, ତ୍ରିପୁରାରେ ୧ଟି ସହରରେ ୩ଟି, ଉତ୍ତରାଖଣ୍ଡରେ ୨ଟି ସହରରେ ୬ଟି, ଆଣ୍ଡାମାନ ଓ ନିକୋବରରେ ଗୋଟିଏ ସହରରେ ୩ଟି, ଦାମନରେ ୧ଟି ସହରରେ ୩ଟି, ଜାମ୍ମୁ କାଶ୍ମୀରରେ ୧ଟି ସହରରେ ୩ଟି ଚ୍ୟାନେଲ ଓ ଲାକ୍ଷାଦ୍ୱୀପରେ ୧ଟି ସହରରେ ୩ଟି ଏଫ୍‌ଏମ୍ ଚ୍ୟାନେଲ୍ ଖୋଲିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking