25.1 C
Bhubaneswar
Thursday, March 26, 2026
Homeଓଡିଶାବସ୍ ଧକ୍କାରେ ୧୬ ଗୋରୁ ମୃତ, ୪ ଗୁରୁତର

ବସ୍ ଧକ୍କାରେ ୧୬ ଗୋରୁ ମୃତ, ୪ ଗୁରୁତର

ଢେଙ୍କାନାଳ : ବସ୍ ଧକ୍କାରେ ୧୬ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଟି ଗାଈ ଗୁରୁତର ହୋଇଛନ୍ତି। ରକ୍ତ ଜୁଡୁବୁଡୁ ହୋଇ ଗୋରୁମାନେ ବାରିହାପୁର ଗାଁ ଛକ ନିକଟରେ ପଡିରହିଥିଲେ। ତେବେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଛକ ନିକଟରେ ଘଟିଛି। ସୂଚନା ଅନୁସାରେ, ଠିକ ଏକ ବର୍ଷ ତଳେ ସମାନ ଜାଗାରେ ସଡ଼କ ଦୁର୍ଘଟଣାରେ ୧୩ ଗୋଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା। ତେବେ ପୁଣି ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଯାହାଫଳରେ ୧୬ ଗୋଟି ଗୋରୁଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇବା ପରେ ନାଇଟ କୋଚ ବସଟି ଫେରାର ମାରିଥିବା ଜଣାପଡିଛି। ଗାଈ ଗୋରୁଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗ୍ରାମବାସୀ। ତେବେ ବାରମ୍ବାର ଏପରି ଘଟୁଥିବା ଦୁର୍ଘଟଣାରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ସେପଟେ ଦୁର୍ଘଟଣା ଯୋଗୁଁ ତାଳଚେର -ଡ଼ୁବୁରୀ ରାସ୍ତାରେ ଯାତାୟାତ ଭାଧାପ୍ରାପ୍ତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking