33.5 C
Bhubaneswar
Friday, April 10, 2026
Homeଦେଶ ବିଦେଶଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଦେଇଛି ବିଜେପି

ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଦେଇଛି ବିଜେପି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ମଙ୍ଗଳବାର ରାଜ୍ୟ ସଚିବାଳୟ ଅଭିମୁଖେ ଯାତ୍ରା କରୁଥିବା ବିକ୍ଷୋଭକାରୀଙ୍କ ଉପରେ ପୋଲିସର କାର୍ୟ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପି ଆଜି   ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଏହି ଘୋଷଣା କରି ଧର୍ମଘଟରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ଯୋଗୁଁ ଛାତ୍ର ସମାଜ ପକ୍ଷରୁ ଆୟୋଜିତ ପଦଯାତ୍ରା ‘ନବନ୍ନା ଅଭିଯାନ’ରେ ଆଜି କୋଲକାତାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଏବଂ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବିଜେପି ଡାକରା ଦେଇଥିବା ବନ୍ଦକୁ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଅଲାପନ ବାନାର୍ଜୀ ଗଣମାଧ୍ୟମ ସମ୍ମୁଖରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆସନ୍ତାକାଲି ରାଜ୍ୟରେ ଜନଜୀବନକୁ ସ୍ୱାଭାବିକ ରଖାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ କିଛି ଚାଲିବ। ସରକାରୀ କର୍ମଚାରୀଙ୍କୁ ଠିକ୍ ସମୟରେ କାର୍ୟ୍ୟାଳୟକୁ ଆସିବାକୁ କୁହାଯାଇଛି। ଦୋକାନ ବଜାର ଖୋଲା ରହିବ। ସାର୍ବଜନୀନ ଯାନବାହନ ଚଳାଚଳ କରିବ। ସ୍ଥିତି ସ୍ୱାଭାବିକ ରଖିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking