25.9 C
Bhubaneswar
Monday, April 6, 2026
Homeଓଡିଶାରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା

ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ‘ସିଏମ କିଷାନ ଯୋଜନା’ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି  ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ.ଭି ସିଂହଦେଓ । ଏହି ଯୋଜନା ଅନୁସାରେ ବର୍ଷକୁ ୨ଟି କିସ୍ତିରେ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ ।  ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ । ଏହି ଯୋଜନାରେ ନୂଆଭାବେ ସାମିଲ ହେବା ପାଇଁ ସିଏମ କିଷାନ ପୋର୍ଟାଲରେ ଆବେଦନ କରିହେବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।ଏଥିସହ ଯୋଗ୍ୟତା ଥାଇ  ପିଏମ କିଷାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ ମଧ୍ୟ ସିଏମ କିଷାନରେ ସାମିଲ କରାଯିବ ବୋଲି ସେ କହିଛନ୍ତି ।

ମାହାଙ୍ଗା ଡବଲ ମର୍ଡର, ୯ ଜଣଙ୍କୁ ଆଜୀବନ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking