ଯାଜପୁର : ଯାଜପୁର ଜିଲ୍ଲାର କାଳିଆ ପାଣି ଖଣି ଅଞ୍ଚଳ ର ଅନ୍ଧବିଶ୍ୱାସ ଦୂର ହେଉ ନାହିଁ l ଗୁଣି ଗାରେଡ଼ି କୁ କେନ୍ଦ୍ର କରି ପ୍ରତି ବର୍ଷ ମୃତ୍ୟୁ କାଣ୍ଡ ଘଟୁଛି ପ୍ରଶାସନ ସ୍ତର ରେ ଜନ ସଚେତନତା ଅଭାବ ଚିକିତ୍ସା ର ସମସ୍ୟା ଯୋଗୁ ଜର କିମ୍ବା କୌଣସି ରୋଗ ହେଲେ ଡାକ୍ତର ଖାନ ନ ଯାଇ ଗୁଣିଆ ନିକଟ କୁ ଯାଉଛନ୍ତି ରୋଗ ପାଇଁ ଡକ୍ଟର ଙ୍କୁ ନ ଯିବା ରୁ ମୃତ୍ୟୁ ଘଟୁଛି କିନ୍ତୁ ଗୁଣୀ କରି ମାରି ଦିଆ ଯାଉଚି ବୋଲି ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି ଏଭଳି କେସ ସୁକିନ୍ଦା କଳିଆପାଣି ଓ ଟ ମକା ଅଞ୍ଚଳ ରେ ଦେଖା ଯାଉଚି l ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ସାଲକୁ ହାଁସଦା(୬୫)ଙ୍କୁ ଅତି ଅମାନୁଷିକ ଭାବେ ତାଙ୍କ ଘର ଅଗଣାରେ ହତ୍ୟା କରାଯାଇଛି। ତାଙ୍କ ପତ୍ନୀ ବୃଦ୍ଧା ଶ୍ରୀମତୀ ଜୀବନ ବିକଳରେ ଖସି ପଳାଇବାରୁ ବର୍ତ୍ତି ଯାଇଥିବା କୁହାଯାଉଛି। ସଂଘବଦ୍ଧ ଆକ୍ରମଣ ସମୟରେ ଉପସ୍ଥିତ ମୃତକଙ୍କ ପୁଅ ବୁଢ଼ାନ ଓରଫ୍ ମଙ୍ଗଲ(୩୯) ନିଖୋଜ ଥିବା ଅଭିଯୋଗ ହୋଇଛି। ୨ ପଡ଼ୋଶୀ ପରିବାରର ୫ ଜଣ ସଦସ୍ୟ ସାଲକୁଙ୍କୁ ଠେଙ୍ଗାରେ ପିଟିପିଟି ଜୀବନରେ ମାରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ୫ ବର୍ଷ ତଳେ ଏହି ଆଦିବାସୀ ବସ୍ତିରେ ଘଟୁଥିବା ସମସ୍ତ ମୃତ୍ୟୁ ଘଟଣା ପାଇଁ ସାଲକୁ ଓ ତାଙ୍କ ପତ୍ନୀଙ୍କୁ ଅଯଥା ଦାୟୀ କରାଯାଉଥିଲା। ପ୍ରଜାକୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ସାଲକୁ ଓ ତାଙ୍କ ୮ ଜଣିଆ ପରିବାର ଗାଁ ଛାଡ଼ି ଡମଶାଳ ନାଳର ଅପରପାର୍ଶ୍ବରେ ଥିବା କଅଁସ ଜାରଗିସାହିକୁ ଉଠି ଯାଇଥିଲେ। ସେଠାରେ ତାଙ୍କ ଦଖଲରେ ଥିବା ଜମିରେ ନୂଆଘର ତୋଳି ସେଠାରେ ସ୍ଥାୟୀ ଭାବେ ବସବାସ କରିଆସୁଥିଲେ। ଏବେ ବି ଜେଣସାହିରେ ସାଲକୁଙ୍କ ପୁରୁଣା ମାଟି ଓ ଟାଇଲ ଛପର ଘର ପରିତ୍ୟକ୍ତ ଅବସ୍ଥାରେ ରହିଛି। ତେବେ ଗତ ୪ ବର୍ଷ ମଧ୍ୟରେ ତାଙ୍କ ପଡ଼ୋଶୀ ଯୁବକ ବିଷ୍ଣୁ ହେମ୍ବ୍ରମ ଏବଂ ବରିଷ୍ଠ ନାଗରିକ ଦମ୍ପତି ସାକର ଓ ଜିତରାଇ ମାରାଣ୍ଡିଙ୍କ ବିଭିନ୍ନ ରୋଗ ଜନିତ ମୃତ୍ୟୁ ହୋଇଥିଲା। ଏହି ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ଜିତରାଇଙ୍କ ପୁଅବୋହୂ ଓ ବିଷ୍ଣୁଙ୍କ ବିଧବା ପତ୍ନୀ ସାଲକୁଙ୍କୁ ଦାୟୀ କରିଥିଲେ। ପ୍ରସଙ୍ଗକୁ ନେଇ ଅଯଥା ତାଙ୍କୁ ପୂର୍ବରୁ ଏକାଧିକ ବାର ଜାଗାବାଡ଼ି ଓ ଗାଁ ଛାଡ଼ି ଅନ୍ୟତ୍ର ପଳାଇବାକୁ ଚେତାବନୀ ଦିଆଯାଇଥିଲା। ଗତ ୨୨ ତାରିଖ ଗୁରୁବାର ସକାଳ ୭ଟାରେ ପୁରୁଣା ଆକ୍ରୋଶକୁ ଆଳକରି ସାଲକୁଙ୍କୁ ହତ୍ୟା ପରେ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ତାଙ୍କ ଶବକୁ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ନେଇ ଗାଁର ଉତ୍ତରପାର୍ଶ୍ବରେ ଥିବା ଡମଶାଳ ଆଡ଼ିବନ୍ଧ ପାଖ ଜଙ୍ଗଲର ପାହାଡ଼ି ଖୋଲରେ ପକାଇ ଦେଇଥିଲେ। ଘଟଣା ପ୍ରଘଟ କଲେ ତାଙ୍କ ପୂରା ପରିବାରକୁ ହତ୍ୟା କରାଯିବ ବୋଲି ଚେତାବନୀ ଦେଇଥିଲେ। ଏଥିରେ ଭୟଭୀତ ମୃତକଙ୍କ ପରିବାର ବାହାରେ ମୁହଁ ଖୋଲିନଥିଲେ। ତେବେ ଗତକାଲି କିଛି ଗାଈ ଚରାଳି ଦୁର୍ଗନ୍ଧକୁ ବାହାରୁ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ଗଳିତ ମୃତଦେହ ଠାବ କରିଥିଲେ। ଆଜି କଳିଙ୍ଗନଗର ଏଏସ୍ପି ସିଲଭେରିଅସ୍ ଟପ୍ପୋ, ସାଇଣ୍ଟିଫିକ୍ ଅଫିସର ବିଜୟ କୁମାର, ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ଏସ୍ଆଇ ଜ୍ୟୋତିରଞ୍ଜନ ମହାପାତ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି।










