ସମ୍ବଲପୁର : ଏବେ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୦ ହଜାର ୩୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୫୪ ହଜାର ୫୧୧ ଘନଫୁଟ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳସ୍ତର ରହିଛି ୬୨୧.୭୭ ଘନଫୁଟ ।ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାଜଳ ପ୍ରବେଶ ବଢିବାରେ ଲାଗିଥିଲା। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୨ ଲକ୍ଷ ୪୬ ହଜାର ୧୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାରୁ ସ୍ଥିତିକୁ ଦେଖି ୧୪ ଟି ଗେଟରେ ଜଳନିଷ୍କାସନ ଜାରି ରହିଥିଲା ।ବିଗତ ଦିନରେ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅଧିକ ଗେଟ ଖୋଲି ପାଣି ନିଷ୍କାସନ କରାଯାଉଥିଲା ।










