ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦେବକୀ ଓ ଯଶୋଦା ନନ୍ଦନ ପ୍ରଭୁ ଶ୍ରୀକୃଷ୍ଣ । ନନ୍ଦଲାଲାଙ୍କ ଜନ୍ମକୁ ନେଇ ଉଠୁଛି ପଡୁଛି ଗୋପପୁର ଓ ମଥୁରା। ଦ୍ବାପର ଯୁଗରେ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଜନ୍ମ ନେଇଥିଲେ ଭଗବାନ କୃଷ୍ଣ। ହରେକୃଷ୍ଣ ନାମରେ ଗୁଞ୍ଜରିତ ହେଉଛି ଗଗନପବନ । ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ”ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ, ଏତିକି ପ୍ରାର୍ଥନା। ” ଜୟ ଶ୍ରୀକୃଷ୍ଣ …









