24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶବଢ଼ିଲା ଅଶୋଧିତ ତୈଳ ଦର

ବଢ଼ିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ : ଦକ୍ଷିଣ ଲେବାନନରେ ହିଜବୁଲର ଶିବିର ଉପରେ ଇସ୍ରାଏଲର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି କାରଣରୁ ଅଶୋଧିତ ତୈଳ ଦର ମଧ୍ୟ ବୃଦ୍ଧି ପାଇଛି। ଗ୍ଲୋବାଲ୍ ବେଞ୍ଚମାର୍କ ବ୍ରେଣ୍ଟ   ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ ଡଲାରକୁ ବୃଦ୍ଧି ପାଇଛି।ମଧ୍ୟପ୍ରାଚ୍ୟରେ ତୈଲ ଦରରେ ବୃଦ୍ଧି ଏବଂ ହ୍ରାସ ଅନ୍ୟ ଦେଶଗୁଡ଼ିକର ମୌଳିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। ବିଶ୍ୱର ତୈଳ ଉତ୍ପାଦନର ଏକ ତୃତୀୟାଂଶ ମଧ୍ୟପ୍ରାଚ୍ୟରେ ହୋଇଥାଏ। ଏଭଳି ପରିସ୍ଥିତିରେ ଯଦି ଯୁଦ୍ଧର ବିପଦ ମଧ୍ୟରେ ‌ତୈଳ ଦର ବୃଦ୍ଧି ହୁଏ, ତେବେ ଏହା ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆର ସମସ୍ତ ଦେଶ ଉପରେ ପ୍ରଭାବ ପକାଇବ। ଫଳରେ ଭାରତରେ ମଧ୍ୟ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର ବଢ଼ିବାର ଆଶଙ୍କା ରହିବ ବୋଲି କୁହାଯାଉଛି। ପଶ୍ଚିମ ଟେକ୍ସାସ୍ ଇଣ୍ୟରମିଡ଼ିଏଟ ଦର ୭୫ ଡଲାରରୁ ଉପରକୁ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking