27.4 C
Bhubaneswar
Thursday, May 14, 2026
Homeଦେଶ ବିଦେଶବାଂଲାଦେଶ ପରେ ଏହି ପଡୋଶୀ ମୁସଲମାନ ଦେଶରେ ଗୃହଯୁଦ୍ଧ ସ୍ଥିତି

ବାଂଲାଦେଶ ପରେ ଏହି ପଡୋଶୀ ମୁସଲମାନ ଦେଶରେ ଗୃହଯୁଦ୍ଧ ସ୍ଥିତି

ଜାକର୍ତ୍ତା: ଭାରତର ପଡ଼ୋଶୀ ତଥା ବିଶ୍ୱର ସର୍ବବୃହତ ମୁସଲମାନ ଜନସଂଖ୍ୟା ଦେଶ ଇଣ୍ଡୋନେସିଆରେ ନିର୍ବାଚନ ଆଇନରେ ସଂଶୋଧନ ଆଣିବାକୁ ଉଦ୍ୟମ ବିରୁଦ୍ଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଦେଶର ଅନେକ ସହରରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚଳିତ ମାସରେ ବାଂଲାଦେଶରେ ଅଶାନ୍ତି ପରେ ଏହା ହେଉଛି ଭାରତର ଦ୍ୱିତୀୟ ପଡ଼ୋଶୀ, ଯେଉଁଠାରେ ସରକାରଙ୍କ ବିରୋଧରେ ବଡ଼ ବିରୋଧ ଆରମ୍ଭ ହୋଇଛି। ଦେଶରେ ସ୍ଥିତି ଗୃହଯୁଦ୍ଧ ମୁହାଁ ହେବାରେ ଲାଗିଛି। ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆର ସଂସଦ ଗୁରୁବାର ନିର୍ବାଚନ ନିୟମରେ ପରିବର୍ତ୍ତନକୁ ଅନୁମୋଦନ ସ୍ଥଗିତ ରଖିଛନ୍ତି। ବିକ୍ଷୋଭକାରୀମାନେ ରାଜଧାନୀ ଜାକର୍ତ୍ତାରେ ସଂସଦ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ହଟାଇବା ପାଇଁ ପୁଲିସ ବାହିନୀକୁ ପାଣି ତୋପ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିବାକୁ ପଡିଥିଲା।

ଊପବାଚସ୍ପତି ସୁଫମି ଦସ୍କୋ ଅହମ୍ମଦ ଜାକର୍ତ୍ତାରେ ଗଣମାଧ୍ୟମକୁ କହିଛନ୍ତି ଯେ ସଂସଦ ଏହାର ପରବର୍ତ୍ତୀ ଅଧିବେଶନରେ ଏହି ବିଲ୍ ଉପରେ ବିତର୍କ ଜାରି ରଖିବ। ଅର୍ଥାତ୍ ଚଳିତ ବର୍ଷ ନିର୍ବାଚନ କିମ୍ବା ଅକ୍ଟୋବରରେ ରାଷ୍ଟ୍ରପତି ପଦ ଛାଡୁଥିବା ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ବିଦାୟ ପ୍ରଶାସନରେ ଏହି ଆଇନ ପ୍ରଯୁଜ୍ୟ ହେବ ନାହିଁ। ନିର୍ବାଚନ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନ ୱିଡୋଡୋଙ୍କୁ ଅଧିକ ରାଜନେ?ତିକ ଶକ୍ତି ଦେବ ବୋଲି ଅନୁମାନ କରାଯାଉଛି। ଏହା ୱିଡୋଡୋଙ୍କ ପୁଅ ଜାକର୍ତ୍ତା ରାଜ୍ୟପାଳ ପଦ ପାଇଁ ନିର୍ବାଚନ ଲଢ଼ିବାର ବାଟ ସଫା କରିବା ସହିତ ସରକାରଙ୍କର ଜଣେ ପ୍ରମୁଖ ସମାଲୋଚକଙ୍କୁ ମଧ୍ୟ ରୋକିଥାନ୍ତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking