26.8 C
Bhubaneswar
Monday, April 6, 2026
Homeଦେଶ ବିଦେଶଜେଲ୍‌ରେ ଆଇଏସ୍ଆଇଏସ୍ ଆକ୍ରମଣ, ୮ କଏଦୀ ମୃତ

ଜେଲ୍‌ରେ ଆଇଏସ୍ଆଇଏସ୍ ଆକ୍ରମଣ, ୮ କଏଦୀ ମୃତ

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ କେବଳ ସୀମାରେ ନୁହେଁ ଉଭୟ ଦେଶର ଆଭ୍ୟନ୍ତର‌ରେ ମଧ୍ୟ ଦେଖିବାକୁ ମିଳୁଛି। ରୁଷିଆର ଏକ ଜେଲରୁ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି। ଜେଲରେ ଥିବା କଏଦୀମାନଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଏହି ହିଂସାରେ ୮ ଜଣ କଏଦୀଙ୍କ ଜୀବନ ଯାଇଛି। ଆକ୍ରମଣକାରୀ କଏଦୀମାନେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ବୋଲି କୁହାଯାଉଛି। ମୁସଲମାନମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନେବାକୁ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ରୁଷିଆର ଭୋଲଗୋଗ୍ରାଡରେ ଅବସ୍ଥିତ ଏକ ଜେଲ୍‌ର କିଛି କଏଦୀ ନିଜ ମଧ୍ୟରେ ସଂଘର୍ଷ କରିଥିଲେ। ରିପୋର୍ଟ ଅନୁଯାୟୀ ଜେଲ୍‌ରେ ଏକ ଅନୁଶାସନ ବୈଠକ ଚାଲିଥିଲା। ଏହି ସମୟରେ, ଆଇଏସ୍‌ଆଇଏସ୍‌ର ୪ ଜଣ ସଦସ୍ୟ ଛୁରୀ ଧରି କିଛି କଏଦୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ରାମଜିଦ୍ଦିନ ତୋଶୋଭ, ରୁସ୍ତାମଚନ୍ ଭାନୁରୁଜି, ନାଜିରଚନ୍ ତୋଶୋଭ ଏବଂ ତୈମୁର ଖୁସିନୋଭ ବୋଲି ଜଣାପଡିଛି। ଏହି ଚାରି ଅଭିଯୁକ୍ତ ଉଜବେକିସ୍ତାନ ଏବଂ ତାଜିକିସ୍ତାନର ବାସିନ୍ଦା। ଅଭିଯୁକ୍ତମାନେ କେବଳ ଜେଲର ଅନ୍ତେବାସୀ ନୁହଁନ୍ତି କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ଜଣ ଜେଲ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ। ଆକ୍ରମଣକାରୀମାନେ ୮ ଜଣ ଅନ୍ତେବାସୀ ଏବଂ ୪ ବନ୍ଧୁଙ୍କୁ ମଧ୍ୟ ବନ୍ଧକ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking