19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶସାବଧାନ! ଟ୍ରାଫିକ ଇ-ଚାଲାଣ ନାମରେ ନୂଆ ଠକେଇ

ସାବଧାନ! ଟ୍ରାଫିକ ଇ-ଚାଲାଣ ନାମରେ ନୂଆ ଠକେଇ

ନୂଆଦିଲ୍ଲୀ : ଆଜିକାଲି ପରିବହନ ବିଭାଗର ଇ-ଚାଲାଣ ଜରିଆରେ ଠକାମୀର ଶିକାର ହେଉଛନ୍ତି ଲୋକେ । ସ୍କାମର ଫୋନରେ ଏସଏମଏସ୍ କରି ଲୋକଙ୍କୁ ପରିବହନ ବିଭାଗର ଲିଙ୍କ୍ ପଠାଇ ଠକେଇ କରୁଛନ୍ତି । ସାଇବର ଏକ୍ସପର୍ଟ ଓ ପୋଲିସ ପ୍ରଶାସନ ଏହାକୁ ନେଇ ସତର୍କତା ଜାରି କରିଛନ୍ତି । ଏଣୁ ବରିଷ୍ଠ ପୋଲିସ ଅଧିକାରୀମାନେ ଲୋକଙ୍କୁ ଏହି ନକଲି ଇ-ଚାଲାଣ ସମ୍ପର୍କରେ ସତର୍କ କରିଛନ୍ତି । ସାଇବର ଏକ୍ସପର୍ଟଙ୍କ ଅନୁସାରେ ସ୍କାମର ଲୋକଙ୍କୁ ଫୋନରେ ଏକ ଇ-ଚାଲାଣ ମେସେଜ ପଠାଉଛନ୍ତି, ଯାହା ପରିବହନ ବିଭାଗର ଓରିଜିନାଲ ୱେବସାଇଟ୍ ଭଳି ଦେଖାଯାଉଛି । ମେସେଜରେ ଏକ ପେମେଣ୍ଟ ଲିଙ୍କ ରହୁଛି । ଆପଣ ଏହି ଲିଙ୍କ୍‌ରେ କ୍ଲିକ୍ କରିବା ମାତ୍ରେ ସ୍କାମର ଆପଣଙ୍କ ଡେବିଟ୍ ଅଥବା କ୍ରେଡିକାର୍ଡ ସମେତ ସିକ୍ରେଟ ସୂଚନା ମଧ୍ୟ ସ୍କାନ କରି ନେଉଛନ୍ତି । ତେବେ ଏହି ଠକେଇରୁ ବର୍ତ୍ତିବା ପାଇଁ ବିଶେଷଜ୍ଞ ସାମାନ୍ୟ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ।

ସ୍କାମର ଯେଉଁ ଲିଙ୍କ ପଠାଉଛନ୍ତି ତାହା ଇ-ଚାଲାଣ ଡଟ୍ ପରିବହନ ଡଟ୍ ଇନ୍ । ତେବେ ପରିବହନ ବିଭାଗର ୱେବସାଇଟ୍ ୟୁଆରଏଲ ଶେଷ ଜିଓଭି ଡଟ୍ ଇନ୍ ରହୁଛି । ଏଣୁ ଏଭଳି କୌଣସି ଚାଲାଣ ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ତା ଶେଷରେ ଜିଓଭି ଡଟ୍ ଇନ୍ ଅଛି କି ନା ସ୍ପଷ୍ଟ କରିନିଅନ୍ତୁ ବୋଲି ଏକ୍ସପର୍ଟ ଲୋକଙ୍କୁ ସତର୍କ କରିଛନ୍ତି । ଏହା ଛଡା ପରିବହନ ବିଭାଗ ଆପଣଙ୍କ ଚାଲାଣ କଟିଲେ ଫୋନରେ ଜଣାଏନି । ସେହିପରି ଦେୟ ପୈଠ କରିବାରେ ତରବରିଆ ହୁଅନ୍ତୁ ନାହିଁ । ସାଇବର ପୋଲିସ ଅଧିକାରୀଙ୍କ ଅନୁସାରେ ଏପରି କୌଣସି ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ବାହନ ମାଲିକ ନିଜେ ସବୁର ଯାଞ୍ଚ କରନ୍ତୁ । ପରିବହନ ବିଭାଗ ମେସେଜରେ ବାହନ ନମ୍ବର ସମେତ ଇଞ୍ଜିନ ନମ୍ବର ଓ ଚେସିସ ନମ୍ବର ବି ଦେଇଥାଏ । ହେଲେ ସ୍କାମରଙ୍କ ମେସେଜରେ ସେପରି କୌଣସି ବିସ୍ତୃତ ବିବରଣୀ ନଥାଏ । ଏଣୁ ଏପରି କୌଣସି ଏସଏମଏସରେ ପ୍ରଥମେ ପରିବହନ ବିଭାଗ ୱେବସାଇଟକୁ ଯାଇ ଆପଣଙ୍କ ଉପରେ କୌଣସି ଫାଇନ ହୋଇଛି କି ନା ଯାଞ୍ଚ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking