28.3 C
Bhubaneswar
Wednesday, July 1, 2026
Homeଓଡିଶାସୁକିନ୍ଦା ଖଣି ଉପତ୍ୟକାର ଝରଣା ପାଣି ଭୁତଳ ଜଳ ରାଶି ପଦ୍ୟୁଶିତ କଳିଙ୍ଗ ନଗର ଶିଳ୍ପା...

ସୁକିନ୍ଦା ଖଣି ଉପତ୍ୟକାର ଝରଣା ପାଣି ଭୁତଳ ଜଳ ରାଶି ପଦ୍ୟୁଶିତ କଳିଙ୍ଗ ନଗର ଶିଳ୍ପା ଅଚଳ ବିଷ ବଳୟ

ଯାଜପୁର : ଯାଜପୁର ଜିଲ୍ଲା ର ପାଣି ପବନ ମାଟି ଦିନ କୂ ଦିନ ପଦ୍ୟୁଷିତ ହେବାକୁ ଯାଉଛି l ଖଣି ଖନନ ର ବର୍ଜ୍ୟବସ୍ତୁ ଗୁଡିକ ଝରଣା ମିଶି ସେ ଜଳ ଜହର ପାଲଟିଛି l ଓ କଳିଙ୍ଗ ନଗର ର ଶିଳ୍ପ କାରଖାନା ଗୁଡିକ ର ନିର୍ଗତ ଧୁଆଁ ବାୟୁ ମଣ୍ଡଳ କୁ ଦୂଷିତ କରୁଚି l କଳ କାରଖାନା ର ଦୂଷିତ ଜଳ ବର୍ଷା ପାଣି ରେ ମିଶି ଝରଣା ନଦୀ ଓ ଚାଷ ଜମିକୁ ପଦ୍ୟୁସିତ କରୁଚି l ଅନ୍ୟ ପକ୍ଷ ରେ କେତକ କାରଖାନା କାରଖାନା ରୁନିର୍ଗତ ଦୂଷିତ ପାଣି କୂ ଗଣ୍ଡା ନାଳ ରେ ଛାଡି ଦେଉ ଥିବାରୁ ଗଣ୍ଡା ନାଳ ପାଣି ଜହର ପାଲିଟିଛି l ଖଣି ଉପତ୍ୟକା ରେ ଝରଣା ଗୁଡିକ କ୍ରୋମ ମିଶା ମାଟି ମିଶି ସେ ଜଳ ମଧ୍ୟ ଦୂଷିତ ଜଳ ରେ ପରିଣତହୋଇଚି l କ୍ରୋମ ଗୁଣ୍ଡ ଧୂଳି କଣା ବାୟୁ ମଣ୍ଡଳ ରେ ପ୍ରବେଶ କରି ପ୍ରଦ୍ୟୁଷଣ ହାର ମାତ୍ରା ବଢାଇ ଦେଇଛି l ଦିନେ ଝରଣା ପାଣିକୁ ସିଧାସଳଖ ମୁହଁ ଲଗାଇ ପିଇ ହେଉଥିଲା। ଶୋଷିଲା ପଥିକ ଓ ସ୍ଥାନୀୟ ଲୋକେ ଏହାକୁ ନିର୍ଦ୍ବନ୍ଦରେ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ। ଦୈତାରୀ ପର୍ବତମାଳା ଓ ମହାଗିରି ପର୍ବତମାଳାର ମଧ୍ୟବର୍ତ୍ତୀ ରାଇଘାଟିରୁ ଦକ୍ଷିଣରେ ସୁକିନ୍ଦା କ୍ରୋମ୍‌ ଉପତ୍ୟକା ଆଡ଼କୁ ପ୍ରବାହିତ ଚିରସ୍ରୋତା ଡମଶାଳ ନାଳ ଅଞ୍ଚଳବାସୀଙ୍କ ଜୀବନର ଧାରା ସାଜିଥିଲା। କିନ୍ତୁ ଏହି ଝରଣାର ଜଳ ଏବେ ଜହର ପାଲଟି ଯାଇଛି। ‌ଆମେରିକାର ବ୍ଲାକ୍‌ସ୍ମିଥ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ବିଶ୍ବ ପ୍ରଦୂଷଣ ଉପରେ ୭ ବର୍ଷ ତଳୁ ପ୍ରକାଶ ପାଇଥିବା ଚାଞ୍ଚଲ୍ୟକର ରିପୋର୍ଟ ଆଧାରରେ ବିଶ୍ବର ସର୍ବାଧିକ ୧୦ଟି ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ସୁକିନ୍ଦା କ୍ରୋମ୍‌ ଉପତ୍ୟକା ଅନ୍ୟତମ। ଅଢ଼େଇ ବର୍ଷ ତଳେ ଗ୍ରିନ୍ ପିସ୍ ଇଣ୍ଡିଆ ସର୍ଭେ ଏହାକୁ ଦୋହରାଇଥିଲା। ୨୦୧୮ ମସିହା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ୱାଟର ମ୍ୟାନେଜମେଣ୍ଟ୍‌ ସର୍ଭେ ରିପୋର୍ଟ ଅନୁଯାୟୀ ଖଣିଅଞ୍ଚଳର ୭୦ ପ୍ରତିଶତ ଜଳ ଓ ୨୮ ପ୍ରତିଶତ ଜମି କୃଷିକାର୍ଯ୍ୟ ପାଇଁ ଅନୁପଯୁକ୍ତ ଅଟେ। ପ୍ରଦୂଷିତ ଜଳ ବ୍ୟବହାର ଦ୍ବାରା ଖଣି ପାରିପାର୍ଶ୍ବିକ ଅଞ୍ଚଳବାସୀ ଆଲର୍ଜୀ, ଅଲ୍ସର, ଗ୍ୟାଷ୍ଟ୍ରିକ୍‌, ମସ୍ତିଷ୍କ ରୋଗ, କ୍ୟାନ୍ସର, ଲିଭର ଓ କିଡ୍‌ନି ଭଳି ରୋଗରେ ଆକ୍ରାନ୍ତହୋଇ ଅକାଳ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଖଣିକ୍ଷେତ୍ରରୁ ନିର୍ଗତ କ୍ରୋମ୍‌ ଓ ନିକେଲ ମିଶ୍ରିତ ମାଟିର ଆସ୍ତରଣ ପାଇଁ ଅଧିକାଂଶ ଚାଷଜମି ଅନୁର୍ବର ହୋଇ ଲକ୍ଷଲକ୍ଷ ହେକ୍ଟର ଜମି ପଡ଼ିଆ ପଡ଼ୁଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି l
ବ୍ଲାକ୍ ସ୍ମିଥ୍‌ ଇନଷ୍ଟିଚ୍ୟୁଟ୍‌ ତଥ୍ୟ ଆଧାରରେ କ୍ରୋମ୍‌ ଉପତ୍ୟକାରେ ବ୍ୟାପକ ଖଣି ଖନନ ଦ୍ବାରା ୩ କୋଟି ମେଟ୍ରିକ୍‌ ଟନରୁ ଅଧିକ ଉତ୍ତୋଳିତ ବର୍ଜ୍ୟ ମାଟି ଓ ଧାତବ ଖଣିଜ ପଦାର୍ଥ ପାରିପାର୍ଶ୍ବିକ ଅଞ୍ଚଳର ବିଭିନ୍ନ ଜମି, ଡମଶାଳ ନାଳ ଛୋଟ ଛୋଟ ଝରଣା ଓ ବ୍ରାହ୍ମଣୀନଦୀ ଅବବାହିକାରେ ପଡ଼ି ରହିଛି। ଧାତବ କ୍ରୋମାଇଟ୍‌ ଜଳ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ମାରାତ୍ମକ ବିଷ ହେକ୍ସାଭ୍ୟାଲେଣ୍ଟ୍‌ କ୍ରୋମିୟମ୍‌ରେ ରୂପାନ୍ତରିତ ହୋଇଥାଏ। ଖଣିଅଞ୍ଚଳର ୮୪.୩୯ ପ୍ରତିଶତ ମୃତ୍ୟୁ କେବଳ କ୍ରୋମ୍‌ ପ୍ରଭାବରୁ ବୋଲି ନରୱେ ସରକାରଙ୍କ ଅନୁଦାନରେ ଓଡ଼ିଶା ଭଲ୍ୟୁଣ୍ଟାରି ହେଲ୍‌ଥ ଆସୋସିଏସନ୍‌(ଓଭା) ପକ୍ଷରୁ ପ୍ରସ୍ତୁତ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି।
୧୯୫୦ ମସିହାରୁ ଉପତ୍ୟକାରେ ବ୍ୟାପକ ଖଣି ଖନନ ଦିନରୁ ଡମଶାଳ ନାଳରେ ପ୍ରଦୂଷଣର ମାତ୍ରା ବଢ଼ୁଥିଲେ ହେଁ ଏହା ନିୟନ୍ତ୍ରଣକୁ ଆସି ଆସିପାରୁନଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୁଏ। ଡମଶାଳ ଉତ୍ପତ୍ତିସ୍ଥଳ ରାଇଘାଟିର ତଳମୁଣ୍ଡରେ ଥିବା ଏହାର ଜଳ ବ୍ୟବହାର କରୁଥିବା ‌ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୭୦ ରୁ ଅଧିକ ଗାଁର ଗ୍ରାମବାସୀମାନେ ଉଦବେଗଜନକ ଭାବେ ରୋଗଗ୍ରସ୍ତ ହୋଇ ଅକାଳରେ ମରୁଥିବା ସାଧାରଣରେ ଅଭିଯୋଗ ହୋଇଆସିଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଙ୍କ ରାଜସ୍ବ ହlର ବୃଦ୍ଧି ପାଇଁ କ୍ରୋମାଇଟ ଖନନ ପାଇଁ ଲିଜ ଦେଉଛନ୍ତି l ସଂପୃକ୍ତ ଅଳର ବାସିନ୍ଦା ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଚାଷ ଜମି ର ସୁରକ୍ଷା ପାଇଁ କୌଣସି ଯୋଜନା କରୁ ନାହାଁନ୍ତି l କଲିଙ୍ଗ ନଗର ର ଭିସା ଷ୍ଟିଲ ସମେତ ଓ ଅନ୍ୟ କାରଖାନା ଗୁଡିକ ପାଇଁ ପ୍ରଦ୍ୟୁଷଣ ହାର ମାତ୍ରା କମାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଦ୍ୟୁଷଣ ବୋର୍ଡ ନୋଟିସ କରୂ ଥିଲେ ମଧ୍ୟ୍ୟ ତାହା କାରଖାନା କର୍ତ୍ତୃପକ୍ଷ ଫୁ କରି ବସିଛନ୍ତି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଷ୍ଟିମେଣ୍ଟ କମିଟିକଲିଙ୍ଗ ନଗର ଶିଳ୍ପା ଅଞ୍ଚଳ ଗ୍ରସ୍ତ କରି ପ୍ରଦ୍ୟୁଷଣ ହାର ମାତ୍ରାଧିକ ହୋଉ ଥିବାର ସ୍ଥାନୀୟ ଲୋକଙ୍କଅଭିଯୋଗ ଓପ୍ରଦ୍ୟୁଷଣ ବୋର୍ଡ ର ପଦାଧିକାରୀ ଙ୍କ ଠାରୁ ରିପୋର୍ଟ ପାଈ ଥିଲେ ସରକାରଙ୍କୁ ରିପୋର୍ଟ ରେ ପ୍ରଦ୍ୟୁଷଣ ହାର କମାଇବା ପାଇଁ ଫର୍ଣେସେ ଗୁଡିକ ରେ ଆଧୁନିକ ବୈଶିକ ଯନ୍ତ୍ର ପାତି ସଂଯୋଗ କରି ନିର୍ଗତ ଧୁଆଁ କୁ ପ୍ରଦ୍ୟୁଷଣ ମୁକ୍ତ କରିବା ସହିତ କାରଖାନା ରୁ ନିର୍ଗତ ବର୍ଜ୍ୟବସ୍ତୁ ଚାଷ ଜମି ଗଣ୍ଡା ନାଳ ଓ ନଦୀ କୁ ନ ଚଢିବା ପାଇଁ ପରାମର୍ଶ ଦେଇ ଥିଲେ କିନ୍ତୁ ତାହା କେବେ କାର୍ଯ୍ୟକାରୀ ହେବ ଶିଳ୍ପା ଅଞ୍ଚଳ ପ୍ରଦ୍ୟୁଷଣ ମୁକ୍ତ ହେବ ତାହା ପ୍ରଶ୍ନ ବାଚୀ ରେ ରହି ଯାଇଚି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking