25.1 C
Bhubaneswar
Saturday, March 21, 2026
Homeଅପରାଧଗଞ୍ଜେଇ ଭର୍ତ୍ତି ଇନଭା ଗାଡ଼ି ଜବତ,୪ ଗିରଫ

ଗଞ୍ଜେଇ ଭର୍ତ୍ତି ଇନଭା ଗାଡ଼ି ଜବତ,୪ ଗିରଫ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ସକ୍ରିୟ ନିଶା ବେପାରୀ। ଗାଁ ଠୁ ସହର ନିଶା କବଳରେ। ପୋଲିସ, ଅବକାରୀ ବିଭାଗ ସହିତ ଚାଲିଛି ଚୋରା ନିଶା ବେପାରୀଙ୍କ ଛକା ପଞ୍ଚାର ଖେଳ। କେତେବେଳେ ସଫଳ ହେଉଛି ପୁଣି କେତେବେଳେ ବିଫଳ। ଏହାରି ଭିତରେ ନିଶା ବେପାରୀଙ୍କ ଦ୍ଵାରା ଦାମୀ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ଗୁଡ଼େଇ ଗୁଡ଼େଇ ଧରିଲା ଯଶିପୁର ପୋଲିସ । ଫୁଲବାଣୀରୁ ଏକ ଇନୋଭା ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇ ବାରିପଦାକୁ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଯଶିପୁର ଥାନା ଅଧିକାରୀଣି ସଂଯୁକ୍ତା ମାହାଳିକ ତାଙ୍କ ଟିମ୍ ସହ ଏହି ଇନୋଭା ଗାଡ଼ିକୁ ପିଛାକରି ଶେଷରେ ୪୯ ନଂ ଜାତୀୟ ରାଜପଥ ଛେଳିଗୋଧୂଳି ଟୋଲ ଗେଟ୍ ନିକଟରେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ୪ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ୪୪ କେଜି ଗଞ୍ଜେଇ ଜବତ କରିଥିଲେ। ଜବତ ଗଞ୍ଜେଇର ବଜାରରେ ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ହୋଇଥିବା ବେଳେ ୪ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ତେବେ ଏହି ଗଞ୍ଜେଇ ମାଫିଆମାନେ କନ୍ଧମାଳ ଜିଲ୍ଲା ଗଛାପଡ଼ା ଥାନା ଅଞ୍ଚଳର ବୋଲି ଜଣାପଡିଛି ଯଶିପୁର ପୋଲିସ କେଶ ନଂ 207 u/s20(b)(ii)(c)ndps ଆକ୍ଟ ରେ ମାମଲା ରୁଜ୍ଜୁ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking