27.1 C
Bhubaneswar
Saturday, December 6, 2025
Homeଓଡିଶାଭାରତ ବନ୍ଦର ପ୍ରଭାବ

ଭାରତ ବନ୍ଦର ପ୍ରଭାବ

 ମୟୁରଭଞ୍ଜ : ଆଜି ୧୨ଘଣ୍ଟିଆ ଭାରତ ବନ୍ଦ । ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟାରେ ହେବ ଶେଷ । ତେବେ ନିକଟରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଖଣ୍ଡପିଠ ଆରକ୍ଷଣ ଉପରେ ଦେଇଥିବା ଐତିହାସିକ ରାୟ ବିରୋଧରେ ଆଜି ହେଉଛି ଭାରତ ବନ୍ଦ l ଏହା ବିରୁଦ୍ଧରେ ସାରା ଭାରତର ଏସି ଏବଂ ଏସଟି ସଙ୍ଗଠନ ତୀବ୍ର ବିରୋଧ କରି ଆଜି ଭାରତ ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳିଛି। ବନ୍ଦ ପ୍ରଭାବରେ ସ୍କୁଲକଲେଜ, ଗାଡିମଟର, ଦୋକାନବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି l ରାଇରଙ୍ଗପୁରରେ ଏହାର ପ୍ରଭାବରେ ଜନଜୀବନ ପ୍ରବାଭିତ ହୋଇଥିବା ଦେଖିବାକୁ ମିଳିଛି l ସେହିପରି ବନ୍ଦ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇ ଥିବା ଦେଖିବାକୁ ମିଳିଛି। ଆଜିର ବନ୍ଦ ଡାକରାକୁ ସଫଳ କରିବା ପାଇଁ ଜେଏମଏମ୍, ଏସଟି ଏସସି ମୋର୍ଚ୍ଚା, ମାସା, ମାସା ଆର୍ମି, ମାରିସା, ବହୁଜନ ସମାଜ ପାର୍ଟି ଓ ଭୀମ ଆର୍ମି ପାର୍ଟି ସାମିଲ ରହିଛନ୍ତି l ବନ୍ଦ ଡାକରାରେ ଜେଏମଏମ ରାଜ୍ୟ ସାଂଗଠାନିକ ସଂପାଦକ ସାଲୁ କିସ୍କୁ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ଘନଶ୍ୟାମ ପିଙ୍ଗୁଆ, କାଳୀଚରଣ ଟୁଡୁ, ମୁଚିରାମ ମାଝୀ, ଜଗନ୍ନାଥ ସୋରେନ ଓ ଉଦୟନାଥ ସୋରେନଙ୍କ ନେତୃତ୍ବରେ ରାଇରଙ୍ଗପୁର ସହରରେ ବନ୍ଦ ଆଂଶିକ ସଫଳ ହୋଇଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟକୁ ସମାଜର ଅଧିକାଂଶ ସମ୍ପ୍ରଦାୟ ସମର୍ଥନ କରୁଥିବା ବେଳେ ସଂରକ୍ଷଣ ସୁବିଧା ଉପଭୋଗ କରୁଥିବା କିଛି ନିର୍ଦ୍ଧିଷ୍ଟ ସଂପ୍ରଦାୟର ଏହା ଏକଚାଟିଆ ଅଧିକାର ନୁହେଁ ବୋଲି ଖୋଲାଖୋଲି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ସେହିପରି ସ୍ୱଚ୍ଛଳ ପରବାରକୁ ଚିହ୍ନଟ କରାଯାଇ ଏହି ସଂରକ୍ଷଣ ତାଲିକାରୁ ବାଦ୍ କରାଯାଇ ସମସ୍ତ ସୁବିଧାସୁଯୋଗ ପ୍ରତ୍ୟାହାର କରାଯିବା ଉଚିତ ବୋଲି ଆଲଚୋନା ହେଉଥିବା ଲକ୍ଷ୍ୟ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking