ଭୁବନେଶ୍ୱର : ପୁଣି ବିରୋଧୀଙ୍କ ହଟ୍ଟଗୋଳ; ଗୃହ ମୁଲତବୀ ଘୋଷଣା । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କଲା ବିଜେଡି । ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ । ସୂଚନା ଯୋଗ୍ୟ ଯେ, ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗଞ୍ଜାମ ମଦମୃତ୍ୟୁ ପ୍ରସଙ୍ଗରେ ସରକାରକୁ ଘେରିଥିଲେ । ଗୃହରେ ନାରାବାଜୀ ଓ ହୋହାଲ୍ଲା କରିଥିଲେ ବିରୋଧୀ । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।