35.2 C
Bhubaneswar
Wednesday, April 8, 2026
Homeଦେଶ ବିଦେଶଆଚାର୍ଯ୍ୟକୁମ୍ ବିଶ୍ୱର ବିଶିଷ୍ଟ ଶିକ୍ଷଣୀୟ ସଂସ୍ଥା: ସ୍ୱାମୀ ରାମଦେବ

ଆଚାର୍ଯ୍ୟକୁମ୍ ବିଶ୍ୱର ବିଶିଷ୍ଟ ଶିକ୍ଷଣୀୟ ସଂସ୍ଥା: ସ୍ୱାମୀ ରାମଦେବ

ହରିଦ୍ୱାର: ସ୍ୱାମୀ ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ଦ୍ୱାରା ସ୍ଥାପିତ ପତଞ୍ଜଳି ଯୋଗପୀଠରେ ଆଚାର୍ଯ୍ୟକୁଳମ୍ ସହ ଜଡିତ ସମସ୍ତ ଶିକ୍ଷାବ୍ୟବସ୍ଥାର ପ୍ରାୟ ୭୦୦ ବିଦ୍ୟାର୍ଥୀଙ୍କର ଶ୍ରାବଣୀ ଉପକ୍ରମ ତଥା ବେଦାରମ୍ଭ ସଂସ୍କାର ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଛି। ଏହି ଶୁଭ ଅବସରରେ ଯୋଗଭବନରେ ୫୧ କୁଣ୍ଡୀୟ ମହାଜଜ୍ଞ ଆୟୋଜନ କରାଯାଇଥିଲା। ଆଚାର୍ଯ୍ୟ ବାଲକୃଷ୍ଣ ମନ୍ତ୍ରୋଚାରଣ ସହ ପ୍ରତ୍ୟେକ କ୍ରିୟାବିଧିର ସରଳ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ ଯେ, ଶ୍ରାବଣୀ ଉପକର୍ମ ପ୍ରତ୍ୟେକ ମନୁଷ୍ୟର ଶ୍ରେଷ୍ଠ ସଂସ୍କାରଗୁଡ଼ିକର ଆଧାରଶୀଳ ଅଟେ। ଗୁରୁଙ୍କ ଶରଣାଶ୍ରିତ ତଥା ସଂସ୍କାରିତ ବ୍ରହ୍ମଚାରୀଙ୍କ ପୁନର୍ଜନ୍ମ ହୋଇଥାଏ ଏବଂ ସେମାନେ ଦ୍ୱୀଜ’ ଭାବେ ଅଭିହିତ ହୋଇଥାନ୍ତି। ଯଜେ୍ଞାପବିତ ଅସାଧାରଣ ଶିକ୍ଷା ପଦ୍ଧତି ମାଧ୍ୟମରେ ଦୀକ୍ଷାପ୍ରାପ୍ତ ଶିକ୍ଷାର୍ଥୀଙ୍କୁ ରୁକ୍ ବେଦ, ଶାମ୍ ବେଦ, ୟର୍ଜୁ ବେଦ ସମେତ ଅଥର୍ବ ବେଦରେ ଅଭିମନ୍ତ୍ରିତ କରାଯାଇଥାଏ। ଆମ ସମସ୍ତଙ୍କୁ ବେଦୋକ୍ତ ଶ୍ରେଷ୍ଠ ବ୍ରତର ସଦାସର୍ବଦା ପାଳନ କରିବା ଉଚିତ୍‌।
ଏହି ପରିପ୍ରେକ୍ଷୀରେ ଆଚାର୍ଯ୍ୟ ବାଲକୃଷ୍ଣ ସମସ୍ତ ବିଦ୍ୟାର୍ଥୀଙ୍କୁ ସ୍ପର୍ଶ ମାଧ୍ୟମରେ ନିଜ ବ୍ରହ୍ମଚର୍ଯ୍ୟ ରୂପରେ ସ୍ୱୀକାର କରିଥିଲେ। ସେହିପରି ଅଭିଭାବକମାନେ ମଧ୍ୟ ନିଜ ପିଲାମାନଙ୍କୁ ଶୁଭାଶିଷ ପ୍ରଦାନ କରିଥିଲେ ଏବଂ ଏହି ଶୁଭ ମୁହୂର୍ତ୍ତର ସାକ୍ଷୀ ସାଜିଥିଲେ। ତେବେ ସ୍ୱାମୀ ରାମଦେବ ମଧ୍ୟ ଭର୍ଚ୍ଚୁଆଲ ମୋଡ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ଆଚାର୍ଯ୍ୟକୁଳମର ଏହି ନବଦିକ୍ଷୀତ ବିଦ୍ୟାର୍ଥୀଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ନିଜ ପରାମର୍ଶରେ ରାମଦେବ କହିଥିଲେ, ଗୁରୁ ପରମ୍‌ବ୍ରହ୍ମଙ୍କ ସାକ୍ଷାତ ଶ୍ରୀବିଗ୍ରହ ଅଟନ୍ତି। ଆଚାର୍ଯ୍ୟକୁଳମ ସହ ପତଞ୍ଜଳିର ସମସ୍ତ ଶୈକ୍ଷଣୀୟ ପ୍ରକଳ୍ପ ଗୁରୁ-ଶିଷ୍ୟ ପରମ୍ପରାର ପବିତ୍ର ଅଧିଷ୍ଠାନ ଅଟେ, ଯେଉଁଠି ଯୋଗ ତଥା ଆଧ୍ୟାତ୍ମ ଦ୍ୱାରା ପ୍ରାପ୍ତ ସଂସ୍କାର ଦ୍ୱାରା ବିଦ୍ୟାର୍ଥୀଙ୍କ ରୂପାନ୍ତରଣ କରାଯାଇଥାଏ। ଆଚାର୍ଯ୍ୟକୁଳମ୍‌ର ଉପାଧ୍ୟକ୍ଷା ଡ.ଋତୁମ୍ଭରା ଶାସ୍ତ୍ରୀ ‘ବହନ୍‌ଜୀ’ଙ୍କ ସହ ସ୍ୱାମୀ ଅର୍ଜୁନଦେବ ଏବଂ ତାପସ କୁମାର ବେରା ବିଦ୍ୟାର୍ଥୀଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ସନ୍ୟାସୀବୃନ୍ଦ, ଆଚାର୍ଯ୍ୟ କର୍ମଚାରୀଗଣ ତଥା ବିଦ୍ୟାର୍ଥୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking