25.1 C
Bhubaneswar
Saturday, February 7, 2026
Homeଅପରାଧ୮ମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ଏନସିସି ଅଧିକାରୀଙ୍କ ଦୁଷ୍କର୍ମ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ଏନସିସି ଅଧିକାରୀଙ୍କ ଦୁଷ୍କର୍ମ

ନୂଆଦିଲ୍ଲୀ : ତାମିଳନାଡୁରେ ୮ମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ଏନସିସି ଅଧିକାରୀ ଦୁଷ୍କର୍ମ କରିଛନ୍ତି। କ୍ରିଷ୍ଣଗିରି ଏସପି ପି. ଥାଙ୍ଗାଦୁରାଇ କହିଛନ୍ତି, ନିକଟରେ ବିଦ୍ୟାଳୟର ଏନସିସି ଶିବିର ଆୟୋଜିତ ହୋଇଥିଲା। ଏହି ସମୟରେ ୧୭ ଜଣ ଝିଅ ରାତିରେ ବିଦ୍ୟାଳୟ ପ୍ରେକ୍ଷାଳୟରେ ରହିଥିଲେ। ଅଭିଯୁକ୍ତ ଏନସିସି ଅଧିକାରୀ ଶିବରମଣ ପୀଡ଼ିତା ଛାତ୍ରୀଙ୍କୁ ବାହାରକୁ ଡାକିନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଗତ ୮ ତାରିଖ ରାତିରେ ଏହି ଘଟଣା ଘଟିଥିଲା। ଘଟଣା ପରେ ଛାତ୍ରୀ ଜଣକ ଏ ବିଷୟରେ ଉକ୍ତ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। କିନ୍ତୁ ଅଧ୍ୟକ୍ଷ ଜଣକ ଛାତ୍ରୀଙ୍କୁ ନୀରବ ରହିବାକୁ କହିଥିଲେ। ଏନସିସି ଶିବିର ଉଦଯାପିତ ହେବା ପରେ ଛାତ୍ରୀ ଜଣକ ଘରକୁ ଯାଇଥିଲେ। ଘରେ ଦେହ ଅସୁସ୍ଥ ହେବାକୁ ତାଙ୍କୁ ଗତ ୧୬ ତାରିଖରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେ ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଏହାର ତଦନ୍ତ କରିବା ପରେ ଅଭିଯୁକ୍ତ ଶିବରମଣ ଶିବିରରେ ଅନ୍ୟ ଛାତ୍ରୀମାନଙ୍କୁ ବି ଯୌନ ନିର୍ୟାତନା ଦେଇଥିବା ଜାଣିବାକୁ ପାଇଛି। ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିବା ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହିତ ସ୍କୁଲର ଅନ୍ୟ ୬ ଜଣଙ୍କୁ ଅଟକ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking