ଜଟଣୀ: ପୌରାଞ୍ଚଳ ଅନ୍ତର୍ଗତ ୧୨ନମ୍ବର ୱାର୍ଡରେ ଥିବା ଆରଆଇ ଅଫିସ ନିକଟରେ ସ୍ଥିର ଅବସ୍ଥାରେ ଥିବା ଏକ ମାରୁତି ଅଲ୍େଟା କାର ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ବାଛରାପାଟଣା ଅଞ୍ଚଳର ସତୀଶ କୁମାର ମହାନ୍ତି (୪୭), ପେଶାରେ ସେ ଜଣେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ବୋଲି ଶୁଣିବାକୁ ମିଳିଛି। ସୂଚନା ମୁତାବକ ଏହି ଗଳିରେ ଦୀର୍ଘସମୟ ଧରି ଗାଡ଼ିଟି ବନ୍ଦ ଅବସ୍ଥାରେ ରହିଥିବା ବେଳେ ତନ୍ମଧ୍ୟରେ ସେ ବେକ ନୁଆଇଁ ସିଟ୍ ରେ ବସି ରହିଥିବାର ଦେଖିବାକୁ ମିଳିବା ପରେ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଉପସ୍ଥିତିରେ କାର୍ ର କବାଟ କାଚ ଭଙ୍ଗାଯାଇ ତାଙ୍କ ମୃତ ଶରୀରକୁ ବାହାରକୁ ଅଣାଯାଇଥିଲା କ୍ଷ ତେବେ ତାଙ୍କ ମୃତ୍ୟୁ ବରଣର କାରଣ ଅସ୍ପଷ୍ଟ ରହିଛିୟ। ପୁଲିସ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।










