27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶତହଉର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବ ଆମେରିକା

ତହଉର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବ ଆମେରିକା

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ପାକିସ୍ତାନୀ-କାନାଡ଼ା ବ୍ୟବସାୟୀ ତହଉର ହୁସୈନ ରାଣାକୁ ଆମେରିକା ସରକାର, ଭାରତକୁ ହସ୍ତାନ୍ତର କରିବେ। ଦୁଇ ଦେଶ ମଧ୍ୟରେ ଥିବା ପ୍ରତ୍ୟର୍ପଣ ଚୁକ୍ତି ଅନ୍ତର୍ଗତ ଏହି ହସ୍ତାନ୍ତର ପ୍ରକ୍ରିୟା କରାଯିବ ବୋଲି ଜଣାପଡିଛି। ଏସବୁ ମଧ୍ୟରେ ହୁସୈନ ରାଣା, ତାକୁ ଭାରତ ପ୍ରତ୍ୟର୍ପଣ ନକରିବାକୁ ଆମେରିକାର ଏକ କୋର୍ଟରେ କରିଥିବା ଆବେଦନକୁ ମଧ୍ୟ ସେଠାକାର କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ଆମେରିକାର ଆପିଲେଟ୍ କୋର୍ଟ ନିଜ ରାୟରେ ତହଉର ହୁସୈନ ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯାଇପାରିବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ କାଲିଫର୍ଣ୍ଣିଆର ଏକ କୋର୍ଟ ହୁସୈନ୍ ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ରାଣା ଉଚ୍ଚ କୋର୍ଟ ଅର୍ଥାତ୍ ଆମେରିକାର ଆପିଲେଟ୍ କୋର୍ଟରେ ଆବଦେନ କରିଥିଲା। କିନ୍ତୁ ଆପିଲେଟ୍ କୋର୍ଟ, ନିମ୍ନ ଅଦାଲତଙ୍କ ରାୟକୁ ସମର୍ଥନ କରିବା ସହ ଏହାକୁ ବଳବତ୍ତର ରଖିଛନ୍ତି ଏବଂ ରାଣାର ଆବେଦନକୁ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ମୁମ୍ବଇର ତାଜ୍ ହୋଟେଲ୍ ଉପରେ ଆକ୍ରମଣ କରିବା ସହିତ ବିଦେଶୀ ପ୍ରତିନିଧି ଏବଂ ଯାତ୍ରୀମାନଙ୍କୁ ପଣବନ୍ଦୀ କରିଥିଲେ। ଏହି ଘଟଣାରେ ରହଉର ରାଣାର ସମ୍ପୃକ୍ତି ଥିବା ଭାରତ ପକ୍ଷରୁ ଅଭିଯୋଗ ହୋଇଥିଲା। ପାକିସ୍ତାନୀ ଆମେରିକୀୟ ଲସ୍କର ଆତଙ୍କବାଦୀ ଡେଭିଡ ହେଡ୍‌ଲୀ ସହିତ ରାଣାର ସମ୍ପର୍କ ଥିବା ମଧ୍ୟ ଜଣାପଡିଥିଲା। ହେଡ୍‌ଲୀ ଅନେକ ଆତଙ୍କବାଦୀ ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ୬୩ ବର୍ଷୀୟ ରାଣା ବର୍ତ୍ତମାନ ଲସ୍ ଏଞ୍ଜେଲ୍ସର ଏକ ଜେଲ୍‌ରେ ବନ୍ଦୀ ଜୀବନ ଅତିବାହିତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking