27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶରକ୍ତ ପିପାଷୁ ସାଜିଛି ଇସ୍ରାଏଲ୍ ସେନା; ଗାଜାରେ ଏୟାରଷ୍ଟ୍ରାଇକ୍‌, ୧୫ ମୃତ

ରକ୍ତ ପିପାଷୁ ସାଜିଛି ଇସ୍ରାଏଲ୍ ସେନା; ଗାଜାରେ ଏୟାରଷ୍ଟ୍ରାଇକ୍‌, ୧୫ ମୃତ

ଗାଜା,ବେରୁତ: ଇସ୍ରାଏଲ୍ ପାଇଁ ଏବେ ଚାରିଆଡୁ ବିପଦ ଘନୀଭୂତ ହେଉଥିବା ବେଳେ ଇସ୍ରାଏଲ୍ ମଧ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିବା ସ୍ପଷ୍ଟ ପ୍ରତୀତ ହେଉଛି। ରିପୋର୍ଟ ଅନୁସାରେ ହମାସ ଉଗ୍ରବାଦୀ ସଂଗଠନ ସହ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ଇସ୍ରାଏଲ୍ ସେନା ପକ୍ଷରୁ ଗାଜା ଷ୍ଟ୍ରିପ୍‌ରେ ସଦ୍ୟ ଏୟାର ଷ୍ଟ୍ରାଇକ୍ କରାଯାଇଥିବା ବେଳେ ଏଥିରେ ପ୍ରାୟ ୧୫ଜଣ ପାଲେଷ୍ଟାଇନୀୟ ନାଗରିକ ମୃତ୍ୟୁବରଣ କରିଛନ୍ତି। ଇସ୍ରାଏଲ୍ ସେନା ମଧ୍ୟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ଦର୍ଶାଇଛି।

ଇସ୍ରାଏଲ୍ ସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, କେନ୍ଦ୍ରୀୟ ଗାଜାରେ ଲୁଚିଥିବା ହମାସ ଆତଙ୍କବାଦୀଙ୍କ ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିଛି। ଶନିବାର ସକାଳେ ଏହି ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଛି। ଆକାଶମାର୍ଗରୁ ଘନ ଘନ ବୋମାମାଡ଼ କରାଯିବା ଫଳରେ ୧୫ ପାଲେଷ୍ଟାଇନ୍ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି। ପାଲେଷ୍ଟାଇନର ସରକାରୀ ଖବର ସରବରାହ ସଂସ୍ଥା ୱାଫା ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି। ପ୍ରକାଶ, ଗତ ଅକ୍ଟୋବର ୭ ତାରିଖରେ ହମାସ ପକ୍ଷରୁ ପ୍ରଥମେ ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ଇସ୍ରାଏଲରେ ଏକ ପ୍ରାର୍ଥନାସ୍ଥଳରେ ହଜାର ହଜାର ଲୋକ ପ୍ରାର୍ଥନା କରୁଥିବା ବେଳେ ହମାସ ୫ ହଜାରରୁ ଊର୍ଦ୍ଧ୍ୱ ରକେଟ୍ ମାଡ଼ କରିଥିଲା। ଯାହାଫଳରେ ୧୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ପରଠାରୁ କେନ୍ଦ୍ରୀୟ ଗାଜାରେ ଲୁଚି ରହିଥିବା ହମାସ ଆତଙ୍କୀଙ୍କୁ ନିପାତ କରିବା ଲାଗି ଇସ୍ରାଏଲ ପକ୍ଷରୁ ଗତ ୧୦ ମାସ ଧରି ଆକ୍ରମଣ ଜାରି ରହିଛି। ମାତ୍ର ଏଥିରେ ଅନେକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଉଥିବା ଅଭିଯୋଗ ହେଉଛି। ବିଗତ ୧୦ ମାସ ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୪୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ମଧ୍ୟ ବଡ଼ ଧରଣର ଆକ୍ରମଣ କରିଥିବା ସୂଚନା ମିଳିଛି। ଲେବାନନ୍‌ସ୍ଥିତ ହିଜ୍‌ବୁଲ୍ଲା ଆତଙ୍କବାଦୀ ସଂଗଠନ ବିରୋଧରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଶନିବାର ସକାଳେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣରେ ୧୦ ଜଣ ସିରିଆ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତେବେ ଆହତଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ। ଆହତଙ୍କ ଚିକିତ୍ସା ସେବା ଯୋଗାଇ ଦେଉଥିବା ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ଲେବାନନର ନବାତାଇହ ପ୍ରଦେଶର ୱାଦି ଅଲ୍ କାଫୁରରେ ଏହି ଆକ୍ରମଣ ହୋଇଥିଲା। ପ୍ରକାଶ, ଇରାନ୍ ସହ ଇସ୍ରାଏଲର ଶତ୍ରୁତା ବୃଦ୍ଧି ପାଇବା ମଧ୍ୟରେ ହିଜବୁଲ୍ଳା ଆତଙ୍କୀ ସଂଗଠନ ମଧ୍ୟ ଇସ୍ରାଏଲ୍ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା। ହିଜ୍‌ବୁଲ୍ଲା ଆତଙ୍କୀ ସଂଗଠନ ହୋଇଥିବା ବେଳେ ହମାସ ଉଗ୍ରବାଦୀ ଗୋଷ୍ଠୀ ଏବଂ ଇରାନ୍ ପ୍ରତି ଏହାର ଦୃଢ଼ ସମର୍ଥନ ରହିଛି। ଗାଜା ଉପତ୍ୟକାରେ ଅସ୍ତ୍ରବିରତି ନ ହେବା ପର୍ଯ୍ୟନ୍ତ ହିଜବୁଲ୍ଲା ଆକ୍ରମଣ ବନ୍ଦ କରିବ ନାହିଁ ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking