13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଘରେ ପଶି ଇଞ୍ଜିନୟରଙ୍କୁ ହାଣିଲେ ଦୁର୍ବୃତ୍ତ

ଘରେ ପଶି ଇଞ୍ଜିନୟରଙ୍କୁ ହାଣିଲେ ଦୁର୍ବୃତ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୁଲତାନପୁରରେ ଜଳ ନିଗମର ଜଣେ ଇଞ୍ଜିନୟରଙ୍କୁ ହତ୍ୟା କରାଯାଇଛି । ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି। କୋଟୱାଲି ନାଗରର ଭିନୋଭାପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ଇଞ୍ଜିନିୟରଙ୍କ ଡ୍ରାଇଭର ଏନେଇ ଲୋକଙ୍କୁ ଚିତ୍କାରକରି ଡାକିବା ପରେ, ନିକଟସ୍ଥ ଲୋକମାନେ ସେଠାରେ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସରକାରୀ ମେଡିକାଲ କଲେଜକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ଡିଏମ-ଏସପି, ଅତିରିକ୍ତ ଏସପିି ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଫୋରେନସିକ ଟିମ ତଦନ୍ତରେ ନିୟୋଜିତ ଅଛନ୍ତି । ସୂଚନାନୁସାରେ, ଶନିବାର ସକାଳେ କୋଟୱାଲୀ ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ସହରର ଭିନୋଭାପୁରୀ ଅଞ୍ଚଳରେ ଭଡା ଘରେ ରହୁଥିବା ଜଳ ନିଗମର କାର୍ଯ୍ୟର୍ନିବାହୀ ଯନ୍ତ୍ରୀଙ୍କୁ ଦୁର୍ବୃତ୍ତ ଅତି ର୍ନିମମ ଭାବେ ପିଟିପିଟି ହତ୍ୟା କରିଛି । ଏହି ମାମଲାର ତଦନ୍ତ ପାଇଁ ୪ଟି ପୋଲିସ ଟିମ ନିୟୋଜିତ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଡିଏମ କ୍ରିତିକା ଜ୍ୟୋତ୍ସନା, ଏସପି ସୋମେନ ଭର୍ମା, ଅତିରିକ୍ତ ଏସପି ଅରୁଣ ଚନ୍ଦ୍ର, ଘଟଣାସ୍ଥଳରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking