17.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଚୋରି କରିବା ହେଲା କାଳ ; ବିଦ୍ୟୁତ୍‌ ଟାୱାର ଉପରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଚୋରି କରିବା ହେଲା କାଳ ; ବିଦ୍ୟୁତ୍‌ ଟାୱାର ଉପରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ପୁଣେ : ବିଦ୍ୟୁତ୍‌ ଟାୱାର ଉପରୁ ଖସିପଡି ଚାଲିଗଲା ଯୁବକଙ୍କ ଜୀବନ । ମହାରାଷ୍ଟ୍ରର ପୁଣେରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହାଇଟେନଶନ ବିଦ୍ୟୁତ୍‌ ଟାୱାରରୁ ମେଟାଲ କେବୁଲ ଚୋରି କରିବା ପାଇଁ ଉଦ୍ୟମ କରୁଥିବା ୩ ଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ ଖସିପଡ଼ି ଜୀବନ ହାରିଛନ୍ତି। ୧୦୦ ଫୁଟ୍‌ ଉଚ୍ଚ ଟାୱାରରୁ ଖସିପଡ଼ିଲା ପରେ ଘଟଣା ସ୍ଥଳରେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅପ୍ରୀତିକର ଅଘଟଣ ପରେ ଦୁଇ ସାଙ୍ଗ ମୃତ ଯୁବକଙ୍କୁ ଜଙ୍ଗଲରେ ଅନ୍ତିମ ସଂସ୍କାର କରିଦେଇଛନ୍ତି। ଏହି ଘଟଣା ସଂପର୍କରେ ସେମାନେ ପୁଲିସ ଅଥବା ପରିବାର ଲୋକଙ୍କୁ ସୂଚନା ଦେଇ ନାହାନ୍ତି। ପୁଲିସ ତଦନ୍ତ ବେଳେ ଘଟଣାର ପର୍ଦ୍ଦାଫାସ କରିଛି। ଶେ‌ଷରେ ୨ ଅଭିଯୁକ୍ତ ଯୁବକ ଗିରଫ ହୋଇଛନ୍ତି। ପୁଲିସ କହିଛି, ତିନି ଜଣ ସାଙ୍ଗ ଗତମାସ ୧୩ ତାରିଖ ଦିନ ପୁଣେ ଜିଲ୍ଲା ଭେହ୍ଲେ ତହସିଲ ଅନ୍ତର୍ଗତ ରଂଜନେ ଗାଁ ନିକଟରେ ଅଚଳ ହାଇଟେନ୍‌ଶନ ବିଦ୍ୟୁତ ଟାୱାରରୁ ମେଟାଲ ଚୋରି କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଣେର ସିଂହଗଡ଼ରୋଡ ଅଞ୍ଚଳର ବସୱରାଜ ମଂଗରୁଲେ (୨୨) ଟାୱାର ଉପରୁ ଖସି ପଡ଼ିଥିଲେ। ଏହି ମାମଲାରେ ୨ ଜଣ ଅଭିଯୁକ୍ତ ସୌରଭ ରେନୁସେ ଓ ରୁପେଶ ୟେନପୁରରେ ଚିହ୍ନଟ ହୋଇଛନ୍ତି। ମଂ‌ଗରୁଲେଙ୍କ ପରିବାର ଅଭିଯୋଗ କରିଥିଲେ ଯେ, ଗତ ଜୁଲାଇ ୧୧ ତାରିଖରେ ରେନୁସେଙ୍କ ସହିତ ପାବେ ଗାଁକୁ ଯାଇଥିବା ତାଙ୍କର ପୁଅ ନିଖୋଜ ଅଛି। ପୁଲିସ କହିଛି ଯେ, ମଂଗରୁଲେ ଓ ୟେନପୁରେ ମେଟାଲ କେବୁଲ ଚୋରି କରିବା ପାଇଁ ରଂଜନେ ଗାଁକୁ ଯାଇଥିଲେ। କିନ୍ତୁ ଟାୱାରରୁ ଖସି ପଡ଼ି ମଂଗରୁଲେଙ୍କ ମୃତ୍ୟୁ ହୋଇଛି। ପରେ ମୃତଦେହକୁ ଅନ୍ୟ ୨ ସାଙ୍ଗ ଜଙ୍ଗଲରେ ପୋଡ଼ି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking