26.1 C
Bhubaneswar
Friday, April 3, 2026
Homeଓଡିଶାବଜ୍ରପାତରେ ଅସୁସ୍ଥ ହେଲେ ୨୩ ଛାତ୍ରଛାତ୍ରୀ

ବଜ୍ରପାତରେ ଅସୁସ୍ଥ ହେଲେ ୨୩ ଛାତ୍ରଛାତ୍ରୀ

ଭଞ୍ଜନଗର : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗାଲେରି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ଣରେ ପାଠପଢା ଚାଲିଥିବାବେଳେ ସାଢେ ୧୨ଟାରୁ ଗୋଟାଏ ମଧ୍ୟରେ ବଜ୍ରପାତ ଘଟିବାରୁ ୨୩ ଜଣ ବିଦ୍ୟାର୍ଥୀ ଆହତ ହୋଇଥିଲେ। ସମସ୍ତଙ୍କୁ ଗାଲେରି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଏହି ଉଚ୍ଚ ବିଦ୍ୟାଳୟର କିଛି କୋଠା ୫-ଟିରେ କାମ ହୋଇଥିବା ବେଳେ ଅନ୍ୟ ଏକ ଟିଣ ଘରେ କିଛି ଛାତ୍ରଛାତ୍ରୀ ପାଠ ପଢୁଥିଲେ। ବଜ୍ରପାତରେ ଟିଣ ଘରର ୩ଟି ପଙ୍ଖା ପୋଡି ଯାଇଥିବା ବେଳେ ଟିଣ ଘର ଯୋଗୁ ବଜ୍ରାଘାତର ଶବ୍ଦ ଅଧିକ ଜୋର୍‌ରେ ଶୁଭିଥିଲା। ଫଳରେ ଛାତ୍ରଛାତ୍ରୀ ଭୟଭୀତ ହୋଇ ପଡିଥିଲେ। ବଜ୍ରପାତ ଶବ୍ଦରେ ଛାତ୍ରଛାତ୍ରୀ ଦୌଡ଼ାଦୌଡ଼ି କରିଥିଲେ। ଏପରି ଅସ୍ୱାଭାବିକ ବାତାବରଣ ମଧ୍ୟରେ ଛାତ୍ରଛାତ୍ରୀ ଡରିଯାଇ ଅସୁସ୍ଥ ଅନୁଭବ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଗ୍ରାମବାସୀଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କୁ ଗାଲେରି ମେଡିକାଲକୁ ନିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking