18.1 C
Bhubaneswar
Friday, December 26, 2025
Homeଓଡିଶାଆସନ୍ତାକାଲି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତାକାଲି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତାକାଲି ପାଇଁ ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି । ଏ ନେଇ ସ୍ୱତନ୍ତ୍ର ରିଲଫ କମିଶନର ସଂପୃକ୍ତ ଜିଲ୍ଲାପାଳ ଓ ପୌରାଞ୍ଚଳ କତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିଘବା ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ମଙ୍ଗଳବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷାର ପ୍ରଭାବ ରହିବ । ଏସବୁ ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ଥିାବାରୁ ବିଭାଗ ପକ୍ଷରୁ ୟେଲୋ ୱାଣ୍ଡିଂ ଜାରି କରାଯାଇଛି। ସେହିପରି ୧୪ ତାରିଖ ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାଣ୍ଡିଂ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖ ଅର୍ଥାତ ସ୍ବାଧୀନତା ଦିବସରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁରରେ ବର୍ଷା ହେବ। ଏହି ସମୟରେ ସର୍ତକ ରହିବାକୁ ଏସ୍‌ଆର୍‌ସିଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳର ତଳିଆ ଅଞ୍ଚଳରେ ଯେପରି ପାଣି ନ ଜମେ ସେଥିରପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଅଞ୍ଚଳରେ ମହାନଗର ନିଗମର କମିଶନର ଓ ପୌରାଞ୍ଚଳ କର୍ତ୍ତୃପକ୍ଷ ଧ୍ୟାନ ଦେବେ । ସୋମବାର କେନ୍ଦ୍ରାପଡ଼ାରେ ସର୍ବାଧି୍କ ୫୫ ମିମି ବର୍ଷା ରେକର୍ଡ କରାଯାଇଛି। ପୁରୀରେ ୩୧, ରାୟଗଡ଼ାରେ ୧୯, ଭବାନୀପାଟଣାରେ ୧୩.୮ ମିମି ବର୍ଷା ରେକର୍ଡ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking