35.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶଆସିଲା କୋଲକାତା ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଆସିଲା କୋଲକାତା ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

କୋଲକାତା : ଆସିଲା କୋଲକାତା ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଏଥିରୁ ଦୁଷ୍କର୍ମ ଓ ହତ୍ୟାର ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଟ୍ରେନି ଡାକ୍ତରଙ୍କୁ ଅଭିଯୁକ୍ତ ଏତେ ମାତ୍ରାରେ ଆଘାତ ଦେଇଛି ଯେ ତାଙ୍କ ଚଷମା କାଚ ଭାଙ୍ଗି ଆଖିରେ ଫୋଡ଼ି ହୋଇଯାଇଛି। ୩୧ ବର୍ଷୀୟା ପିଜି ଟ୍ରେନି ଡାକ୍ତର ଜଣକ ସହରର ଖ୍ୟାତନାମା ସରକାରୀ ଡାକ୍ତରଖାନା ଆର୍‌ଜି କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ତାଙ୍କୁ କଲେଜର ସେମିନାର ହଲ୍‌ରେ ଦୁଷ୍କର୍ମ କରାଯିବା ସହିତ ହତ୍ୟା କରାଯାଇଛି। ସଞ୍ଜୟ ରାୟ ନାମକ କୋଲକାତା ପୁଲିସର ଜଣେ ସ୍ବେଚ୍ଛ‌ାସେବୀ ଏହି କାଣ୍ଡ ଭିଆଇଛି। ତାକୁ ଗିରଫ କରାଯାଇଛି।
ତେବେ ସଂପୃକ୍ତ ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ତାଙ୍କ ପରିବାରକୁ କୋଲକାତା ପୁଲିସ ପକ୍ଷରୁ ହସ୍ତାନ୍ତର କରାଯାଇଛି। ତାଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ହାତ ଓ ମୁହଁରେ କଟା ଚିହ୍ନ ରହିଛି। ଚଷମା କାଚ ତାଙ୍କ ଆଖିରେ କ୍ଷତ ପହଞ୍ଚାଇ ଥାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଅର୍ଥାତ ମହିଳା ଡାକ୍ତର ଜୀବିତ ଥିବା ସମୟରେ ତାଙ୍କ ଦେହ ଓ ଆଖିରେ ଆଘାତ ଲାଗିଛି। ଏଥିସହିତ ତାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଡାକ୍ତରଙ୍କୁ ଅତି ବର୍ବରଭାବେ ଆକ୍ରମଣ ଓ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ତାଙ୍କ ତଣ୍ଟି ଓ ମୁହଁକୁ ଚିପି ଶ୍ବାସରୁଦ୍ଧ କରି ମାରିଛି। ଶୁକ୍ରବାର ରାତି ୩ଟାରୁ ୫ଟା ମଧ୍ୟରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସଞ୍ଜୟ ରାୟ ଘରକୁ ଯାଇ ବିଳମ୍ବିତ ରାତିରେ ଶୋଇଛି। ପ୍ରମାଣ ନଷ୍ଟ କରିବା ପାଇଁ ସେ ପିନ୍ଧିଥିବା ପୋଷାକକୁ ସଫା କରିଛି। ଶୁକ୍ରବାର ଏହି କାଣ୍ଡ ପୂର୍ବରୁ ଟ୍ରେନି ଡାକ୍ତର ଅନ୍ୟ ସହଯୋଗୀମାନଙ୍କ ସହିତ ରାତ୍ର ଭୋଜନ କରିବା ସହିତ ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ ଖେଳ ଦେଖିଥିଲେ। ଏହା ପରେ ଅନ୍ୟ ଡାକ୍ତରମାନେ ଡ୍ୟୁଟିକୁ ଯାଇଥିଲେ ଏବଂ ସେ ସେମିନାର ହଲ୍‌ରେ ରହି ଘରକୁ ମା’ଙ୍କ ନିକଟକୁ ଫୋନ୍‌ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking