35.1 C
Bhubaneswar
Saturday, May 9, 2026
Homeଓଡିଶାପାରିବାରିକ କଳହର କରୁଣ ପରିଣତି ; ବିଷ ପିଇଲେ ବୃଦ୍ଧ ଦମ୍ପତି

ପାରିବାରିକ କଳହର କରୁଣ ପରିଣତି ; ବିଷ ପିଇଲେ ବୃଦ୍ଧ ଦମ୍ପତି

ଯାଜପୁର : ପାରିବାରିକ କଳହକୁ ନେଇ ବିଷ ପିଇଲେ ବୃଦ୍ଧ ଦମ୍ପତି। ବିଷପିଇ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ରାଉତପଡା ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ଗ୍ରାମର ଉମାମଣି ବେହେରା ଏବଂ ସ୍ୱାମୀ ବାବାଜୀ ବେହେରା ବିଷ ପିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉମାମଣିଙ୍କୁ ମୃତ ଘୋଷଣା କରିଥିଲେ। ଉମାମଣିଙ୍କ ସ୍ୱାମୀ ବାବାଜୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking