ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖୁରୀଭଙ୍ଗା ଗାଁରେ ଅଘଟଣ । ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ। ମୃତ ଯୁବକ ଜଣକ ହେଲେ ଖୁରୀଭଙ୍ଗା ଗାଁର ଲକ୍ଷ୍ମଣ ମୁର୍ମୁ । ଗତକାଲି ସନ୍ଧ୍ୟାରେ ଲକ୍ଷ୍ମଣ ବିଲରୁ ଫେରିବା ପର ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ । ଏହା ପରେ ସେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକ ବହୁତ ଖୋଜା ଖୋଜି କରିବା ପରେ ପୋଖରୀ ମୃତ ଦେହ ଭାସୁଥିବାର ଦେଖିଥିଲେ । ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଅସାବଧାନତା ବଶତଃ ସେ ପାଣିରେ ବୁଡ଼ି ଯାଇଥିବା ସନ୍ଦେ଼ହ କରାଯାଉଥିବା ବେଳେ କଙ୍କଡ଼ାହାଡ଼ ଥାନା ପୋଲିସ ଅପମୃତ୍ୟୁ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।










