27.8 C
Bhubaneswar
Monday, June 8, 2026
Homeଓଡିଶାକାମୁଡ଼ିଲା ବିଷାକ୍ତ ସାପ ଚାଲିଗଲା ନାବାଳକଙ୍କ ଜୀବନ

କାମୁଡ଼ିଲା ବିଷାକ୍ତ ସାପ ଚାଲିଗଲା ନାବାଳକଙ୍କ ଜୀବନ

ପାଟଣା : କାମୁଡ଼ିଲା ବିଷାକ୍ତ ସାପ ଚାଲିଗଲା ନାବାଳକଙ୍କ ଜୀବନ। ପାଟଣା ଥାନା ଅନ୍ତର୍ଗତ ସରାସକୋଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତକ ଅମିତ କୁମାର ଦେହୁରୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅମିତ୍ ରାତିରେ ଖାଇସାରି ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ପରିବାର ଲୋକେ ଅମିତକୁ ସକାଳେ ଉଠାଇଥିଲେ। କିନ୍ତୁ ତାଙ୍କର ଦେହ ଭଲ ଲାଗୁନଥିବା କହିଥିଲେ । ଅମିତକୁ ସଙ୍ଗେ ସଙ୍ଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅମିତଙ୍କର ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନାରେ‌‌ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏସଆଇ ଲକ୍ଷ୍ମଣ ମାଝୀ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking